ଦେଶ ବିଦେଶ

Prime Minister:ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିବାକୁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଯୁବପିଢ଼ିଙ୍କ ସହ ଯୋଡ଼ି ହୁଅ, ରିଲ୍ସ ପୋଷ୍ଟ୍‌ କର

ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ତାଙ୍କ କ୍ୟାବିନେଟ୍‌ ସହକର୍ମୀମାନଙ୍କୁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିବା ପାଇଁ ଏବଂ ଯୁବପିଢ଼ିଙ୍କ ସହ ଯୋଡ଼ି ହେବା ପାଇଁ ଉକ୍ତ ପ୍ଲାଟଫର୍ମର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ତାଙ୍କ କ୍ୟାବିନେଟ୍‌ ସହକର୍ମୀମାନଙ୍କୁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିବା ପାଇଁ ଏବଂ ଯୁବପିଢ଼ିଙ୍କ ସହ ଯୋଡ଼ି ହେବା ପାଇଁ ଉକ୍ତ ପ୍ଲାଟଫର୍ମର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। କ୍ୟାବିନେଟ୍‌ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ପଚାରିଥିଲେ ଯେ ସେମାନଙ୍କ ମଧ୍ୟରୁ କେତେଜଣ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରଯୁବପିଢ଼ିଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଇନ‌ଷ୍ଟାଗ୍ରାମ ପ୍ଲାଟଫର୍ମରେ ସମୟ ଅତିବାହିତ କରୁଛନ୍ତି ଏବଂ ସରକାର ସେମାନଙ୍କ ସହ ଯୋଗାଯୋଗ ସୁଦୃଢ଼ କରିବା ଉଚିତ। ମିଳିଥିବା ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି, କେବଳ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପୋଷ୍ଟ କରିବା ଯଥେଷ୍ଟ ନୁହେଁ। ଏହାବାଦ ସେମାନେ ଯୁବପିଢ଼ିଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିବା ଉଚିତ। ମନ୍ତ୍ରୀମାନେ ଅଧିକରୁ ଅଧିକ ରିଲ୍ସ ପୋଷ୍ଟ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button