କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ହୁଗୁଳି ନଦୀରେ ନୌକାବିହାରର ଅନନ୍ଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯାହାକୁ ସେ ଏକ୍ସରେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ହାଓଡ଼ା ପୋଲ ଓ ଗଙ୍ଗାନଦୀକୁ ପ୍ରଶଂସା କରିଛନ୍ତି। ଗଙ୍ଗା ବଙ୍ଗଳାର ଆତ୍ମା ଦେଇ ପ୍ରବାହିତ ହେଉଛି ବୋଲି ମଦେୀ କହିଛନ୍ତି।ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଏକ ଅଂଶ ଭାବରେ ହାଓଡାରୁ କୋଲକାତା ପର୍ଯ୍ୟନ୍ତ ରୋଡ୍ ସୋ ସମୟରେ ବ୍ରିଜ ଉପରେ ଥିବା କଥା ମନେ ପକାଇଛନ୍ତି।
ସେ ଲେଖିଛନ୍ତି, ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଗଙ୍ଗା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାର ପବିତ୍ର ଜଳ ସମଗ୍ର ସଭ୍ୟତାର କାଳଜୟୀ ଆତ୍ମାକୁ ବହନ କରେ। ଆଜି ସକାଳେ କୋଲକାତାରେ ମୁଁ ହୁଗୁଳି ନଦୀ କୂଳରେ କିଛି ସମୟ ବିତାଇଲି, ମା’ ଗଙ୍ଗାଙ୍କୁ କୃତଜ୍ଞତା ଜଣାଇବାର ସୁଯୋଗ ପାଇଲି। ଡଙ୍ଗା ଚାଳକଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଲି, ଯାହାଙ୍କ ପରିଶ୍ରମୀ ସ୍ୱଭାବ ପ୍ରଶଂସନୀୟ। ହୁଗୁଳି ଉପରେ ପଶ୍ଚିମବଙ୍ଗର ବିକାଶ ନିର୍ଭର କରେ। ପ୍ରଧାନମନ୍ତ୍ରୀ ଅନେକ ଫଟୋ ମଧ୍ୟ ଉଠାଇଥିଲେ ଏବଂ ହୁଗୁଳି ନଦୀ କୂଳ, ବିଦ୍ୟାସାଗର ସେତୁ ଓ ହାୱଡ଼ା ସେତୁର କିଛି ଝଲକ ସେୟାର କରିଥିଲେ।
ସୌଜନ୍ୟ ସମ୍ବାଦ

