Private banks: ଘରୋଇ ବ୍ୟାଙ୍କରେ କର୍ମଚାରୀ କମିଲେ: ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବଢ଼ିଲେ

ଆର୍ଥିକ ବର୍ଷ ୨୦୨୪-୨୫ରେ ଘରୋଇ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା କମ୍ ହୋଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବଢ଼ିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ଏହି ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାମ କରୁଥିବା....

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଘରୋଇ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା କମ୍ ହୋଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବଢ଼ିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ଏହି ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ସଂଖ୍ୟା ୭,୫୬,୦୧୫ରୁ ବୃଦ୍ଧି ପାଇ ୭,୫୭,୬୪୧ ହୋଇଛି। ଅର୍ଥାତ କର୍ମଚାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। କିନ୍ତୁ, ଘରୋଇ ବ୍ୟାଙ୍କ କର୍ମଚାରୀ ସଂଖ୍ୟା ୮,୪୫,୪୦୭ରୁ ହ୍ରାସ ପାଇ ୮,୩୮,୧୫୦କୁ ଖସିଆସିଛି। ମୋଟ୍‌ ଉପରେ ବ୍ୟାଙ୍କ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ଏହି ବର୍ଷ ୧୮.୦୮ ଲକ୍ଷକୁ ବଢ଼ିଛି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ‌ରେ ସର୍ବାଧିକ ୨,୩୬,୨୨୬ କର୍ମଚାରୀ କାମ କରୁଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧,୦୨,୭୪୬, କାନାରା ବ୍ୟାଙ୍କରେ ୮୧,୨୬୦, ବ୍ୟାଙ୍କ ଅଫ୍‌ ବରୋଦାରେ ୭୪,୨୭୦, ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୭୩,୯୪୫, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୫୦,୫୫୪, ଇଣ୍ଡିଆନ ବ୍ୟାଙ୍କରେ ୪୦,୦୭୧ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୩୩,୦୮୧ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଘରୋଇ ବ୍ୟାଙ୍କ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କର୍ମଚାରୀ ସଂଖ୍ୟା ୨,୧୪,୫୨୧ ରହିଛି। ଆଇସିଆଇସିଆଇ ବ୍ୟାଙ୍କରେ ୧,୩୦,୯୫୭ କର୍ମଚାରୀ କାମ କରୁଛନ୍ତି। ଆକ୍ସିସ୍‌ ବ୍ୟାଙ୍କ କର୍ମଚାରୀ ସଂଖ୍ୟା ୧,୦୪,୪୫୩ ରହିଛି।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା “ଅଟଳ ମାର୍ଗ” ର ଭିତ୍ତି ପ୍ରସ୍ତର ସ୍ଥାପନ

ସୌଜନ୍ୟ ସମ୍ବାଦ

Exit mobile version