ଦେଶ ବିଦେଶ

Private School CoR Irregularities ବେସରକାରୀ ବିଦ୍ୟାଳୟକୁ ସିଓଆର୍ ଜାଲିଆତି, ଶିକ୍ଷା ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌

ବେସରକାରୀ ବିଦ୍ୟାଳୟର CoR ପ୍ରଦାନରେ ଅନିୟମିତତା ଅଭିଯୋଗ ନେଇ ଏନ୍‌ଏଚ୍‌ଆର୍‌ସି ଓଡ଼ିଶା ଶିକ୍ଷା ସଚିବଙ୍କୁ ନୋଟିସ୍‌ ଜାରି କରିଛି।

ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟ ଖୋଲିବା ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପାଇବା ନିମନ୍ତେ ସରକାରଙ୍କ ନିୟମାବଳୀକୁ ଉଲ୍ଲଂଘନ କରି ବେଆଇନ୍ ଭାବରେ ବହୁ ବିଦ୍ୟାଳୟ ଚାଲୁଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଗ୍ରହଣ କରି ଏନ୍‌ଏଚ୍‌ଆର୍‌ସି ରାଜ୍ୟ ଶିକ୍ଷା ସଚିବଙ୍କୁ ନୋଟିସ୍‌ ଜାରି କରିଛି।

ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ସଭାପତି ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି,  ଫେଡେରେସନ୍‌ ତରଫରୁ ବେଆଇନ ‌ଭାବେ ସିଓଆର୍‌ ପ୍ରଦାନ କରାଯାଉଥିବା ପ୍ରସଙ୍ଗରେ ବିଭାଗୀୟ ସଚିବ ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ପୁର୍ବରୁ ଅଭିଯୋଗ କରାଯାଇଛି । କିନ୍ତୁ ଚଳିତ ବର୍ଷ ଅନିୟମିତତା ଏବଂ ଦୁର୍ନୀତି ସମସ୍ତ ସୀମା  ଲଘଂନ କରିଥିବାର ତଥ୍ୟ ପାଇବାପରେ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ନିକଟରେ ମାମଲା ରୁଜ୍ଜୁ କରା ଯାଇଥିଲା। ଏହାର ପ୍ରାଥମିକ ଶୁଣାଣି କରିବା ସହ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ନୂତନ ବିଦ୍ୟାଳୟ ଖୋଲିବାକୁ ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପ୍ରାପ୍ତ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯାଏ। ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଅନଲାଇନରେ ପ୍ରଦାନ କରାଯାଏ । ଆବେଦନକାରୀଙ୍କ ତଥ୍ୟ ଓ ଆବଶ୍ୟକୀୟ ଭିତ୍ତିଭୂମି ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ   କ୍ଷେତ୍ର ପରିଦର୍ଶନ କରିବାପରେ ଆବେଦନକୁ ସ୍ଵୀକୃତି ଦେଇଥାନ୍ତି କିମ୍ବା ନାକଚ କରିଥାନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button