Raid: ୫୨୮ ବିଦେଶୀ ମଦ ସହିତ ମିନି ଟ୍ରକ୍ ଜବତ, ଚାଳକ ଅଟକ
ଗଂଜାମ ଜିଲ୍ଲା ଆସିକା ଏବଂ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରୁ ପୁଲିସ ୫୨୮ ଲିଟର ବିଦେଶୀ ମଦ ଜବତ କରିଛି। ଏଥି ସହିତ ପୁଲିସ ଏକ ମିନି ଟ୍ରକ୍କୁ ଜବତ କରିଥିବା ବେଳେ ଏହାର ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି।

ଆସିକା/ବୈଶିଙ୍ଗା: ଗଂଜାମ ଜିଲ୍ଲା ଆସିକା ଏବଂ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରୁ ପୁଲିସ ୫୨୮ ଲିଟର ବିଦେଶୀ ମଦ ଜବତ କରିଛି। ଏଥି ସହିତ ପୁଲିସ ଏକ ମିନି ଟ୍ରକ୍କୁ ଜବତ କରିଥିବା ବେଳେ ଏହାର ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି।
ଆଜି ଅପରାହ୍ନରେ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ପୂର୍ବ ସୂଚନା ପ୍ରକାରେ କଲେଜ ଛକ ଅଞ୍ଚଳରେ ଯାଉଥିବା ଏକ ମିନି ଟ୍ରକ୍କୁ ଯାଞ୍ଚ ବେଳେ ସେଥିରୁ ୫୧୫ ଲିଟର ବିଦେଶୀ ମଦ ଜବତ ହୋଇଛି। ସେଥି ମଧ୍ୟରୁ ୩ଶହ ଲିଟର ବିଅର ଓ ୨୧୫ ଲିଟର ଅନ୍ୟ ବିଦେଶୀ ମଦ ଥିବା ସୂଚନା ଦେଇଛନ୍ତି। ଜବତ ମଦର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଶ୍ରୀ ବିହାରୀ କହିଛନ୍ତି। ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି। ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ସେ କହିଛନ୍ତି।
ଆସିକାରେ ଦେଶୀ ଓ ବିଦେଶୀ ମଦର ଯେଭଳି ବହୁଳ ବିକ୍ରି ହେଉଛି ତାହାକୁ ଦେଖିଲେ ଲାଗୁଛି ଏଠି ଅବକାରୀ ନୀତି କିଛି କାମ କରୁନାହିଁ। କିଛି ବର୍ଷ ପୂର୍ବେ ବେଆଇନ ମଦ ବ୍ୟବସାୟ କୁ ନେଇ ଆସିକା ରେ ବହୁ ସଂଖ୍ୟକ ମୁଣ୍ଡ ଗଡ଼ିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପୁଣି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବେଳେ ବେଆଇନ ମଦ ବ୍ୟବସାୟ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ମଦ ବ୍ୟବସାୟ ରେ ଅପରାଧୀ ଗୋଷ୍ଠୀ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଗିଦାରୀ ଓ ସକ୍ରିୟ ଅଂଶ ରହୁଥିବା ବେଳେ ମଦ ବ୍ୟବସାୟରୁ ଅପରାଧିକ ଗୋଷ୍ଠୀ ଅପରାଧ ପାଇଁ ଟଙ୍କା ପାଉଛନ୍ତି।
ସୌଜନ୍ୟ ସମ୍ବାଦ




