ରାଜ୍ୟ

Rain Alert : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ;ଆଲର୍ଟରେ ପ୍ରଶାସନ,୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବକଣ୍ଟ୍ରୋଲ ରୁମ୍

ଭୁବନେଶ୍ବର,୨୪ \୯ : ଗଜପତି ଜିଲ୍ଲାରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ମୋହନାରେ ସର୍ବାଧିକ ୧୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଗତକାଲି ରା. ଉଦୟଗିରି ପାରିବେଟା ରାସ୍ତାରେ ପାହାଡ଼ ଧସିବା ସହ ପଥର ଖସି ରାସ୍ତା ଉପରେ ପଡିଥିଲା । ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ପାଣିଗଣ୍ଡା ରୋଷଣୀଗଣ୍ଡା ଗାଁ ଲୋକେ ଜଳବନ୍ଦୀ ଥିଲେ । ଗାଁ ର ୩୧ଜଣଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ବିଭିନ୍ନ ସ୍ଥାନରେ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛନ୍ତି । ଆଗକୁ ଆହୁରି ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ପ୍ରକାର ମୁକାବିଲା ପାଇଁ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପ୍ରଶାସନ ସଜାଗ ରହିଛି ।

ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାତି ସାରା ବର୍ଷା ହେଉଛି । ସମ୍ଭାବ୍ୟ ବନ୍ୟା ଓ ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି । ବିଶେଷ କରି ଦୁର୍ଗମ ଓ ବିପଦପୂର୍ଣ୍ଣ ଅଞ୍ଚଳରୁ ପ୍ରାୟ ୬୦ ଜଣ ଆସନ୍ନ ପ୍ରସୂତି ଗର୍ଭବତୀ ମହିଳାଙ୍କୁ ଆଗୁଆ ‘ମା’ଗୃହ’କୁ ସ୍ଥାନାନ୍ତର କରାଯାଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାର ପରିଦର୍ଶନ କରି ମୁଖ୍ୟ ଯନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି । ଏବେ ସୁଦ୍ଧା ନଦୀଗୁଡ଼ିକ ବିପଦ ସଂକେତ ତଳେ ଥିଲେ ବି, ଲଗାତର ବର୍ଷା ହେଲେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button