Rajinikanth on Vijay: ବିଜୟଙ୍କୁ ଇର୍ଷା କରୁଥିବାର ଖବରରେ ଅସନ୍ତୋଷ ଝାଡିଲେ ରଜନୀକାନ୍ତ; କହିଲେ, ମୁଁ ଶସ୍ତା ନୁହେଁ କି ଏତେ ତଳକୁ ଖସି ଯାଇ ନାହିଁ

Rajinikanth on Vijay: କିଛିଦିନ ତଳେ ସାଉଥ ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିଥିଲେ। ଯହାକୁ ନେଇ ରାଜ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଥିଲା। ସେ ବିଜୟଙ୍କ ବିଜୟରେ ଈର୍ଷାନ୍ୱିତ ବୋଲି ବି କୁହାଯାଉଥିଲା। ରବିବାର ଏହାର ଜବାବ ରଖିଛନ୍ତି ରଜନୀକାନ୍ତ। ସେ ନିଜ ଘରେ ଏକ ସମ୍ବାଦିକ ସମ୍ମିଳନୀ ଡାକି ଏହାର ଉପରେ ଜବାବ ରଖିଛନ୍ତି। ତାଙ୍କ ସ୍ତର ଏତେ ତଳକୁ ଖସି ଯାଇନି କି ସେ ଏତେ ନିମ୍ନସ୍ତରର ଲୋକେ ନୁହଁନ୍ତି ବୋଲି ରଜନୀକାନ୍ତ କହିଛନ୍ତି।

ଏମ୍‌କେ ଷ୍ଟାଲିନଙ୍କୁ ଭେଟିବା ନେଇ ସେ କହିଛନ୍ତି ଯେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲି। କିନ୍ତୁ ଏହାକୁ ଭୁଲ ଭାବରେ ଦେଖାଯାଉଛି ଯେ ମୁଁ ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବାରେ ଖୁସି ନାହିଁ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ରଜନୀକାନ୍ତ କହିଛନ୍ତି। ଚେନ୍ନାଇ ସ୍ଥିତ ପୋଏସ ଗାର୍ଡେନରେ ଥିବା ତାଙ୍କ ବାସଭବନରେ ମିଡିଆକୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି। ଯେହେତୁ ସେ ନିଜେ ରାଜନୀତିରେ ନାହାନ୍ତି ତେଣୁ ସେ ବିଜୟଙ୍କୁ ଈର୍ଷା କରନ୍ତି ନାହିଁ ବୋଲି କହି ସେ କହିଛନ୍ତି “ମୁଁ ବିଜୟଙ୍କୁ କାହିଁକି ଈର୍ଷା କରିବି? ହୁଏତ ଯଦି କମଲ (ହାସନ) ମୁଖ୍ୟମନ୍ତ୍ରୀ ହେବେ, ତେବେ ମୁଁ ଈର୍ଷା କରିପାରେ।”

ରଜନୀକାନ୍ତ ଆହୁରି କହିଛନ୍ତି  ଯେ ନିର୍ବାଚନ ଫଳାଫଳରେ ତାଙ୍କ ଦଳ ଜିତିବା ଦେଖାଯିବା ମାତ୍ରେ ସେ ବିଜୟଙ୍କୁ ଅଭିନନ୍ଦନ ଜଣାଇଥିଲେ, ହଁ ତେବେ ବିଜୟଙ୍କର ପ୍ରଥମ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି ରଜନୀକାନ୍ତ ସ୍ୱୀକାର କରିଛନ୍ତି। ତେବେ ତାଙ୍କର ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ କରି ରଜନୀକାନ୍ତ କହିଛନ୍ତି ଯେ ନିର୍ବାଚନ ସମ୍ପର୍କରେ ତାଙ୍କ ବିଷୟରେ ଅନେକ ସମାଲୋଚନା କରାଯାଉଥିବାରୁ ସେ ଏହି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଯଦି ସେ ଏହାର ଉତ୍ତର ନ ରଖିଥାନ୍ତେ ତେବେ ସେଗୁଡ଼ିକୁ ଲୋକେ ସତ ବୋଲି ଭାବି ନେଇଥାନ୍ତେ, ତେଣୁ ମୁଁ ଉତ୍ତର ଦେବାକୁ ଉଚିତ ଭାବିଲି ବୋଲି ରଜନୀକାନ୍ତ କହିଛନ୍ତି। ଅଯଥା ବିବାଦକୁ ନେଇ ସେ କହିଛନ୍ତି “ରଜନୀ ଏତେ ଶସ୍ତା ଓ ନିମ୍ନ ସ୍ତରର ଲୋକ ନୁହେଁ ଯେ କୌଣସି ବିଷୟରେ ଅନାବଶ୍ୟକ ଆଲୋଟନା କରିବ।”

ଷ୍ଟାଲିନ ମୋର ପୁରୁଣା ବନ୍ଧୁ, ହାରିବା ଦୁଃଖ ଦେଲ

କଲିଉଡ୍ କିମ୍ବଦନ୍ତୀ ରଜନୀକାନ୍ତ କହିଛନ୍ତି ଯେ ଷ୍ଟାଲିନଙ୍କ ସହ ତାଙ୍କର ବନ୍ଧୁତା ରାଜନୀତିଠାରୁ ଉର୍ଦ୍ଧ୍ୱରେ। ତେବେ କୋଲାଥୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରାଜୟ ପାଇଁ ସେ ଦୁଃଖିତ ଅଛନ୍ତି  ବୋଲି ରଜନୀକାନ୍ତ କହିଛନ୍ତି। ଅତୀତରେ ତିନିଥର ଏହି ଆସନରୁ ପ୍ରତିନିଧିତ୍ୱ କରିଥିବା ଷ୍ଟାଲିନ ଏଥର ଟିଭିକେର ଭିଏସ ବାବୁଙ୍କଠାରୁ ପ୍ରାୟ ୯ ହଜାର ଭୋଟରେ ପରାସ୍ତ ହୋଇଥିଲେ।

ରଜନୀକାନ୍ତ ଓ ନୂଆ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୨୪ ବର୍ଷର ବୟସ ବ୍ୟବଧାନକୁ ରହିଛି। ଏତେ କମ ବୟସରେ ବିଜୟ ଦୁଇଟି ପ୍ରମୁଖ ଦ୍ରାବିଡ଼ ଦଳ – DMK ଏବଂ AIADMK ବିରୁଦ୍ଧରେ ଠିଆ ହୋଇ ସ୍ୱାଧୀନ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଲେ ଏଥିପାଇଁ ସେ ବିଜୟଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

 

 

 

ସୌଜନ୍ୟ Prameya News7