ରାଜ୍ୟ

Rathkhala: ରଥଖଳା: ପ୍ରଥମ ଭୂଇଁର ଛ’କାଠି ସଂଯୋଗ

ରଥ ନିର୍ମାଣକୁ ପୂରିଛି ୫୦ ଦିନ। ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ କାମ ଆରମ୍ଭ କରିଥିଲେ। ୯ଟି ନଡ଼ିଆ ଗର କଟା ରଥ ନିର୍ମାଣକାରୀଙ୍କୁ ଯୋଗାଇ ଦିଆଯାଇଛି। ୧୪ ନାହାକା ବୁଲିବା ପାଇଁ ନଡ଼ିଆ ଗର ବ୍ୟବହୃତ ହୁଏ।

ପୁରୀ: ରଥ ନିର୍ମାଣକୁ ପୂରିଛି ୫୦ ଦିନ। ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ କାମ ଆରମ୍ଭ କରିଥିଲେ। ୯ଟି ନଡ଼ିଆ ଗର କଟା ରଥ ନିର୍ମାଣକାରୀଙ୍କୁ ଯୋଗାଇ ଦିଆଯାଇଛି। ୧୪ ନାହାକା ବୁଲିବା ପାଇଁ ନଡ଼ିଆ ଗର ବ୍ୟବହୃତ ହୁଏ। ଆସନ୍ତାକାଲି ତିନିରଥର ୧୪ ନାହାକା ବୁଲିବ। ପ୍ରଥମ ଭୂଇଁ ଫ୍ରେମ୍ ଖୋଲାଯିବା ପରେ ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ଚାରି ନାହାକାରେ ପ୍ରଥମ ଭୂଇଁର ଚଉତା ବା ଛ’ କାଠି ସେଟିଂ ବା ସଂଯୋଗ କରାଯାଇଛି। ଆସନ୍ତାକାଲି ଚଉଦ ନାହାକା ବୁଲିବା ପରେ ପ୍ରଥମ ଭୂଇଁର ବାକି ଅଂଶ ସଂଯୋଗ ହେବ। ମହାରଣା ସେବକଙ୍କୁ ୪ ଫୁଟ ଲମ୍ବର ନଡ଼ିଆ ଗର ବା ଖଦି ଓରା ଯୋଗାଇ ଦିଆଯାଇଥିଲା।

ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା ବା ବାରିଶିରେ ହାଣି ସମତଳ କରି ଭୋଇ ସେବକଙ୍କ ସହାୟତାରେ ତିନିରଥ ଦଣ୍ଡା ପକାଇଲା ପରେ ତାର ବିନ୍ଧ କାପ କରାଯାଇ ସେଟିଂ କରାଯାଇଛି। ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସାଥୀ ଭୋଇ ସେବକ ମାନେ ମିଶି ଚାରି ନାହାକାର  ଝାଙ୍କ ସଳଖା କାର୍ଯ୍ୟ ଶେଷ କରିଥିଲେ। ଏଥିସହ ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ତିନିରଥର ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକ ନାଟ ଗୋଡ଼ ଓ ସିଂହାସନ କାମ କରୁଛନ୍ତି। ଚଳିତବର୍ଷ ସମୟ ଅଧିକ ଥିବାରୁ ଅଳଙ୍କାର ଖୋଦେଇ କରାଯାଉଛି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଭୂଇଁ ନିର୍ମାଣ ପାଇଁ  ଦ୍ବିତୀୟ ଭୂଇଁ କଣ୍ଟା ନିର୍ମାଣ ଶେଷ କରି ପୋଟଳ କଣ୍ଟା ତିଆରି ଜାରି ରଖିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button