ଭୁବନେଶ୍ବର: ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍ କିପିଙ୍ଗ୍ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘରୋଇ ସଂସ୍ଥା କରିବ। ଆସନ୍ତା ୯ ବର୍ଷ ପାଇଁ ସମନ୍ବିତ ଷ୍ଟେସନ ସୁବିଧା ପରିଚାଳନା ସେବା ନିମନ୍ତେ ଇ-ଟେଣ୍ଡର ମାଧ୍ୟମରେ ବିଡ୍ ଆହ୍ବାନ କରାଯାଇଛି। ଇତିମଧ୍ୟରେ ଆଜି ନୂଆଦିଲ୍ଲୀ ଠାରେ ପ୍ରି-ବିଡିଂ ବୈଠକ ବି ହୋଇଥିବା ଜଣାପଡ଼ିଛି। ଆଗ୍ରହୀ ଘରୋଇ ସଂସ୍ଥାମାନେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଅନ୍ଲାଇନ୍ ଇ-ବିଡ୍ ଦାଖଲ କରିପାରିବେ ବୋଲି ରେଳ ଭୂମି ବିକାଶ ପ୍ରାଧିକରଣ (ଆର୍ଏଲ୍ଡିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭୁବନେଶ୍ବର ବ୍ୟତୀତ ଦେଶର ଆଉ ୩ଟି ରେଳଷ୍ଟେସନ ଯଥା ଗୁରୁଗ୍ରାମ, ସଫଦରଜଙ୍ଗ, ରାଣୀ କମଳାପତି ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି।
Redevelopment : ଭୁବନେଶ୍ବର ରେଳଷ୍ଟେସନ୍ର ପୁନର୍ବିକାଶ କାର୍ଯ୍ୟ, ଘରୋଇ ସଂସ୍ଥା କରିବ ପରିଚାଳନା
ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍ କିପିଙ୍ଗ୍ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘରୋଇ ସଂସ୍ଥା....
