Relief for Pradeep Kumar Jena: ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ବାର୍ଥ ମାମଲା ପ୍ରତ୍ୟାହୃତ, ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଇଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ବିରୋଧରେ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ପ୍ରତ୍ୟାହୃତ। ଆବେଦନକାରୀ ସୁବ୍ରତ କୁମାର ତ୍ରିପାଠୀଙ୍କ ତରଫରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାକୁ ପ୍ରତ୍ୟାହାର ପାଇଁ ଅନୁମତି ଲୋଡ଼ାଯାଇଥିଲା।

ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୨୦୨୫, ଏପ୍ରିଲ ୮ରେ ପ୍ରଦୀପ ଜେନା ଓଇଆରସି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଓଇଆରସି ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ବର୍ଷ ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଓଇଆରସି ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ଭୁବନେଶ୍ବର କ୍ଲବର ସଭାପତି ହେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ମାମଲାରେ ଶକ୍ତି ବିଭାଗ, ଓଇଆରସି, ପ୍ରଦୀପ ଜେନା ଓ ଭୁବନେଶ୍ବର କ୍ଲବକୁ ପକ୍ଷଭୁକ୍ତ କରାଯାଇଥିଲା।

ସୌଜନ୍ୟ OTV