Research on the effect of Patanjali on honey:ମହୁ ଉପରେ ପତଞ୍ଜଳିର ଅନୁସନ୍ଧାନ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ

ପତଞ୍ଜଳି ପକ୍ଷରୁ ମହୁ ଉପରେ କରାଯାଇଥିବା ଏକ ଅନୁସନ୍ଧାନ ତଥ୍ୟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏଲ୍‌ସେଭିୟର ପ୍ରକାଶନୀ ସଂସ୍ଥାର ଜର୍ଣ୍ଣାଲ ଆପ୍ଲାଏଡ୍‌ ଫୁଡ୍‌ ରିସର୍ଚ୍ଚରେ ପ୍ରକାଶ ପାଇଛି। ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ପତଞ୍ଜଳିର ଉଦ୍ଦେଶ୍ୟ ହେଉଛି ଦେଶକୁ ଅପମିଶ୍ରଣରୁ ବଞ୍ଚାଇବା।

ହରିଦ୍ବାର:ପତଞ୍ଜଳି ପକ୍ଷରୁ ମହୁ ଉପରେ କରାଯାଇଥିବା ଏକ ଅନୁସନ୍ଧାନ ତଥ୍ୟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏଲ୍‌ସେଭିୟର ପ୍ରକାଶନୀ ସଂସ୍ଥାର ଜର୍ଣ୍ଣାଲ ଆପ୍ଲାଏଡ୍‌ ଫୁଡ୍‌ ରିସର୍ଚ୍ଚରେ ପ୍ରକାଶ ପାଇଛି। ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ପତଞ୍ଜଳିର ଉଦ୍ଦେଶ୍ୟ ହେଉଛି ଦେଶକୁ ଅପମିଶ୍ରଣରୁ ବଞ୍ଚାଇବା। ସେହି ଉଦ୍ଦେଶ୍ୟ ପାଇଁ ପତଞ୍ଜଳି ସର୍ବଦା ସମର୍ପିତ ରହିଛି। ଲମ୍ବା ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଖାଦ୍ୟ ଉତ୍ପାଦକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଥିଲା। ମାତ୍ର ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ମହୁ ସମ୍ପର୍କିତ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଭାରତରେ ମଧ୍ୟ ବିଶ୍ବସ୍ତରୀୟ ଗବେଷଣା ସମ୍ଭବ। ଏହା କେବଳ ପତଞ୍ଜଳି ନୁହେଁ, ସାରା ଦେଶରେ ଏଫ୍ଏମ୍‌ସିଜି ଶିଳ୍ପ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପତଞ୍ଜଳି ମହୁରେ କୌଣସି ପ୍ରକାର ଅପମିଶ୍ରିତ ଉପାଦାନ ନାହିଁ। ମହୁ ସଂଗ୍ରହଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଗୁଣବତ୍ତାର କଠୋର ମାନଦଣ୍ଡକୁ ପାଳନ କରାଯାଉଛି। ପତଞ୍ଜଳି ମହୁ ଗୁଣବତ୍ତା, ଶୁଦ୍ଧତା ଓ ବିଶ୍ବସ୍ତରୀୟ ମାନଦଣ୍ଡକୁ ପାଳନ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ପତଞ୍ଜଳିର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନୁରାଗ ବାର୍ଣ୍ଣେୟ କହିଛନ୍ତି ଯେ ପତଞ୍ଜଳି ମହୁକୁ ୨୫ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version