Retired employees: କରିତକର୍ମା କିରାଣିଙ୍କ ସାଂଘାତିକ କାରନାମା: ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ୩ କୋଟି ହଡ଼ପ
ରାଜସ୍ବ ବିଭାଗର କିରାଣି ଶଶିକାନ୍ତ ରଣା ୨କୋଟି ୮୭ଲକ୍ଷରୁ ଅଧିକ ଟଙ୍କାର ସରକାରୀ ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଡେରାବିଶ ଓ ରାଜକନିକା ବ୍ଲକ୍ କାର୍ଯ୍ୟାଳୟରେ ଏପରି କେଳେଙ୍କାରୀ ହୋଇଥିବା ବେଳେ ପତ୍ନୀ...

କେନ୍ଦ୍ରାପଡ଼ା: ରାଜସ୍ବ ବିଭାଗର କିରାଣି ଶଶିକାନ୍ତ ରଣା ୨କୋଟି ୮୭ଲକ୍ଷରୁ ଅଧିକ ଟଙ୍କାର ସରକାରୀ ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଡେରାବିଶ ଓ ରାଜକନିକା ବ୍ଲକ୍ କାର୍ଯ୍ୟାଳୟରେ ଏପରି କେଳେଙ୍କାରୀ ହୋଇଥିବା ବେଳେ ପତ୍ନୀ, ଶାଳୀ, ପୂର୍ବତନ ଭିଏଲ୍ଡବ୍ଲୁ ଓ ନିଜ ଆକାଉଣ୍ଟ୍ରେ ବିଭିନ୍ନ ପର୍ଯ୍ୟାୟରେ ଉପରୋକ୍ତ ହଡ଼ପ ରାଶି ଶ୍ରୀ ରଣା ଉଠାଇ ନେଇଛନ୍ତି। ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶ୍ରୀ ରଣାଙ୍କଠାରୁ ହଡ଼ପ ଟଙ୍କା ଆଦାୟ କରିବାକୁ ଡେରାବିଶ ବିଡିଓଙ୍କୁ ଚିଠି ଲେଖିବା ପରେ ପୂରା କେଳେଙ୍କାରୀ ସାମନାକୁ ଆସିଛି। ସେପଟେ ଘଟଣା ପଦାକୁ ଆସିବା ପରେ ସ˚ପୃକ୍ତ କିରାଣି ଛୁଟିରେ ଚାଲି ଯାଇଛନ୍ତି। ଡେରାବିଶ ବିଡିଓ ନମିତା ବାରିକଙ୍କ ଅନୁମୋଦନରେ ଉକ୍ତ ଅର୍ଥରାଶି ଉଠିଥିବାରୁ କିଭଳି ଓ କେଉଁ ପରିସ୍ଥିତିରେ କିରାଣିଙ୍କ ଦ୍ବାରା ବହୁବାର କରାଯାଇଥିବା ଜାଲ୍ ବିଲ୍ରେ ବିିଡିଓ ଯାଞ୍ଚ ନ କରି ଅନୁମୋଦନ କଲେ, ତାହାକୁ ନେଇ ବି ପ୍ରଶ୍ନ ଉଠିଛି। କିରାଣି ଶ୍ରୀ ରଣା ଏବେ ଡେରାବିଶ ବ୍ଲକ୍ରେ ଥିଲା ବେଳେ ପୂର୍ବରୁ ରାଜକନିକା ବ୍ଲକ୍ରେ କାର୍ଯ୍ୟ କରୁଥିଲେ। ଜିଲ୍ଲା କୋଷାଗାର କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ହୋଇଥିବା ଖୋଳତାଡ଼ରେ ୨ କୋଟି ୮୭ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଜଣାପଡ଼ିଲାଣି।
ସୌଜନ୍ୟ ସମ୍ବାଦ




