ରାଜ୍ୟ

Reviews Cyclone Arnab Recovery ଲୋକସେବା ଭବନରେ ଥଇଥାନ ଓ ସମ୍ଭାବ୍ୟ ବାତ୍ୟା ମୁରାସୁର ସମୀକ୍ଷା, ଛତ୍ରପୁରରେ ବିଜେପି ରାଜ୍ୟ ସଭାପତି

ବାତ୍ୟା ଅର୍ଣ୍ଣବ ପରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ରବି ନାରାୟଣ ନାଏକ। ସମ୍ଭାବ୍ୟ ବାତ୍ୟା ମୁରାସୁ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶ। ଛତ୍ରପୁରରେ ବନ୍ୟାଞ୍ଚଳ ବୁଲିଲେ ବିଜେପି ସଭାପତି ମନମୋହନ ସାମଲ।

ଭୁବନେଶ୍ୱର/ ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି (ରବିବାର) ଲୋକସେବା ଭବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।  ଏହାସହ ବନ୍ୟା ପ୍ରଭାବିତ ଗଞ୍ଜାମଜିଲ୍ଲା ଗସ୍ତରରେ ଯାଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଛତ୍ରପୁରରେ ପହଞ୍ଚିଛନ୍ତି।

ଗତ କିଛି ଦିନ ଧରି ପଞ୍ଚାୟତିରାଜ ମନ୍ତ୍ରୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ବାତ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଥଇଥାନ, ପୁନର୍ବାସ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।   ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଗିରିଶ ଏସ.ଏନ୍., ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, ବିଭାଗୀୟ ନିର୍ଦ୍ଦେଶକବୃନ୍ଦ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚଯନ୍ତ୍ରୀ (EIC) ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ପ୍ରଭାବିତ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ, ଆବଶ୍ୟକୀୟ ସାମଗ୍ରୀ ଓ ଜରୁରୀକାଳୀନ ସେବାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button