ମହାନଗର

Road: ୪ ମାସରେ ଆଁ କଲା ନୂଆ ମୁଖ୍ୟମନ୍ତ୍ରୀ ସଡ଼କ: ବ୍ୟୟ ହୋଇଛି ୪.୨୦ କୋଟି

୨ଟି ବ୍ଲକ୍‌ର ୩୦ ଗାଁର ଲୋକଙ୍କ ଯାତାୟାତ ପାଇଁ ବନମାଳୀପୁର-ଅପୂଜା ଭାୟା ଭାକରସାହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନବୀକରଣ କରାଗଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ୪କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।

ବାଲିପାଟଣା: ୨ଟି ବ୍ଲକ୍‌ର ୩୦ ଗାଁର ଲୋକଙ୍କ ଯାତାୟାତ ପାଇଁ ବନମାଳୀପୁର-ଅପୂଜା ଭାୟା ଭାକରସାହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନବୀକରଣ କରାଗଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ୪କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ କାମ ସରିବାର ମାତ୍ର ୪ମାସ ବିତିନି, ରାସ୍ତା ଫାଟି ଆଁ କରିଛି। ଠାଏ ଠାଏ ଦବିଯିବାରୁ ରାସ୍ତା ଦୁଇ ଫାଳ ହୋଇଯାଇଥିବା ଭଳି ଦେଖାଯାଉଛି। ସେହିଭଳି କିଛି ଜାଗାରେ ରାସ୍ତା କଡ଼ ଏମିତି ଦବିଛି ଯେ ସୁରକ୍ଷାବାଡ଼ ଉପୁଡ଼ି ମାଟି କାମୁଡ଼ି ପଡ଼ିଛି। ନୂଆ ରାସ୍ତାର ଏଭଳି କଦର୍ଯ୍ୟ ଅବସ୍ଥା ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଠିକାସଂସ୍ଥା ନିମ୍ନମାନର କାମ କରିଥିବାରୁ ରାସ୍ତା ଦବିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀମାନଙ୍କର କାମ ତଦାରଖ‌ରେ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଛି। ନୂଆ ରାସ୍ତାରେ ଏହି ବିଶାଳ ଫାଟଗୁଡ଼ିକ, ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକାର ପ୍ରତିଫଳନ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଠିକ୍‌ ଏତିକିବେଳେ ରାସ୍ତାରେ ଲଗାଯାଇଥିବା ନିର୍ମାଣ ସୂଚନା ଫଳକକୁ ରାତିରେ ଲୁଚାଇ କାଢ଼ି ନିଆଯିବା ଘଟଣା ବି ବେଶ୍‌ ଚର୍ଚ୍ଚା ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button