ଭୁବନେଶ୍ୱର: ରାଜଧାନୀରେ ରାସ୍ତା ଅତିକ୍ରମ ସମୟରେ ହିଁ ବେଶୀ ଦୁର୍ଘଟଣା ଘଟୁଛି। ସେଥିପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଫୁଟ୍ ଓଭରବ୍ରିଜ ନିର୍ମାଣ ହୋଇଛି। ମାତ୍ର କିଛି ସମୟ ବଞ୍ଚେଇବା ପାଇଁ ଜୀବନକୁ ବିପଦ ଭିତରକୁ ଟାଣି ଆଣିବାକୁ ଲୋକେ ପଛାଉ ନାହାନ୍ନିତି। ଲୋକମାନେ ଫୁଟ୍ ଓଭରବ୍ରିଜକୁ ବ୍ୟବହାର କରିବା ବଦଳରେ ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି। ଯେଉଁଠି ଓଭରବ୍ରିଜ୍ ନାହିଁ ସେଠାରେ ରାସ୍ତା ମଝିରେ ଲାଗିଥିବା ବ୍ୟାରିକେଡ୍କୁ ଭାଙ୍ଗି ଗଳା ବାଟ ବି ସୃଷ୍ଟି କରି ଦେଇଛନ୍ତି। ରାଜଧାନୀର ପ୍ରମୁଖ ଛକମାନଙ୍କରେ ଏଭଳି ସ୍ଥିତି ଦେଖିଲେ ଲୋକମାନେ ମରଣକୁ ଶୀଘ୍ର ଡାକିବାକୁ ପଣ କରିଥିବାର ବୋଧ ହେଉଛି। ନିକଟରେ ଜାତୀୟ ରାଜପଥର ଇନ୍ଫୋସିଟି ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତି ନିକଟରେ ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ବେ ଲୋକେ ଚେତୁ ନାହାନ୍ତି।
ରାଜଧାନୀର ଜନବହୁଳ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ରାସ୍ତାର ମେଡିଆନ୍ଲରେ ଗାଯାଇଥିବା ଲାୁହାବାଡ଼ା ସ୍ଥାନେ ସ୍ଥାନେ ଭାଙ୍ଗିଗଲାଣି। ଏହାର ସୁଯୋଗ ନେଇ ଲୋକମାନେ ଏହି ଲୁହା ବାଡ଼ ଦେଇ ବିପଦସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଘଟୁଥିବା ସଡ଼କ ଦୁର୍ଘଟଣା ଏଡାଇବା ପାଇଁ ୧୫ବର୍ଷ ତଳେ ୨୦୧୧ ମସିହାର ସ୍ୱାୟତ୍ତଶାସନ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ଫୁଟ୍ ଓଭର ବ୍ରିଜ୍’ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ର୍ଟ ଜନପଥ ପାଇଁ ଏହି ପ୍ରକଳ୍ପଟି କେଉଁଆଡ଼େ ହଜିଯାଇଛି। ହେଲେ ବର୍ତ୍ତମାନ ଛାତ୍ରୀମାନଙ୍କ ପାଇଁ ଏହା ବିପଦ ସାଜିଛି। ଜନପଥରେ ଅଧିକାଂଶ ସମୟରେ ‘ଆମ ବସ୍’ ସମେତ ଅନ୍ୟାନ୍ୟ ଦୁର୍ଘଟଣା ଘଟୁଛି। ହେଲେ ଛାତ୍ରୀମାନେ ମଝିରେ ଥିବା ଲୁହା ବଡ଼ା ଅତିକ୍ରମ କରି ରାସ୍ତା ପାର ହେଉଛନ୍ତି। ସେହିପରି ନୂଆପଲ୍ଲୀ, ଜୟଦେବବିହାର, ସତଥସଙ୍ଗବିହାର, କଳିଙ୍ଗ ଷ୍ଟାଡିୟମ୍ ଛକରେ ଫୁଟ୍ ଓଭରବ୍ରିଜ୍ ରହିଛି । ମାତ୍ର ସମୟ ବଞ୍ଚେଇବା ପାଇଁ ଦ୍ରୁତ ଗତିରେ ଆସୁଥିବା ଶହ ଶହ ଗାଡିକୁ ଲୋକମାନେ ଖାତିର କରୁନାହାନ୍ତି। ସେହିପରି ପଳାଶୁଣୀ ଛକରେ ବହୁ ଦାବି ପରେ ନିକଟରେ ଫୁଟ୍ ଓଭରବ୍ରିଜ୍ ସ୍ଥାପନା ହୋଇଥିଲେ ମଧ୍ୟ ଲୋକମାନେ ହାତରେ ଓଜନ ବ୍ୟାଗ ଧରି ରାସ୍ତା ପାର ହେଉଛନ୍ତି। ଲୋକଙ୍କ ସୁବିଧା ପାଇଁ ଏନ୍ଏଚ୍ଏଆଇ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ଫୁଟ୍ ଓଭରବ୍ରିଜ ନିର୍ମାଣ ହେଉଛି। କିନ୍ତୁ ଲେଶକେ ଲୋକ ବ୍ୟବହାର କରିବାକୁ ନାରାଜ। ଗାଡ଼ି ରହଣିର ଆଳ ଦେଖାଇ ଲୋକମାନେ ମନଇଚ୍ଛା ରାସ୍ତା ପାର୍ ହେଉଛନ୍ତି।
ସୌଜନ୍ୟ ସମ୍ବାଦ
