Robbery: ବେକରେ ଛୁରୀ ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି

ଲାଞ୍ଜିଗଡ: କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରୀ ଲଗାଇ ସଶସ୍ତ୍ର ଡକାୟତି ହୋଇଛି I ସୂଚନାନୁସାରେ ରାତି ପ୍ରାୟ ୨ଟାରୁ ସାଢେ ୨ଟା ମଧ୍ୟରେ ୫ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ସାମ୍ନା ଗେଟ ତାଲା ଭାଙ୍ଗି ଭିତର ଘରେ ପଶି ଆନନ୍ଦ ଅଗ୍ରୱାଲ ଏବଂ ତାଙ୍କ ସ୍ତ୍ରୀ ବବିତା ଅଗ୍ରୱାଲ ଶୋଇଥିବାବେଳେ ତାଙ୍କୁ ଉଠାଇ ବେକରେ ଛୁରୀ ଲଗାଇ ନଗଦ ୧୦ ଲକ୍ଷ ଟଙ୍କା ଓ ପ୍ରାୟ ୧୫ ଭରି ସୁନା ଓ ୨୦ ଭରି ରୁପା ନେଇଯାଇଥିବା ଜଣାପଡିଛି I

ଖବର ପାଇ ଘଟଣା ସ୍ଥଳରେ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲ, ଏଏସଆଇ ବଳଭଦ୍ର ଗୌଡ଼ ଟିମ ସହିତ ପହଞ୍ଚି ତଦନ୍ତ କରୁଛନ୍ତି |

 

 

ସୌଜନ୍ୟ ସମ୍ବାଦ