ରାଜ୍ୟ

Rozgar Mela: ଆଜି ୨୦ତମ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ବାଣ୍ଟିବେ ୫୧ ହଜାର ନିଯୁକ୍ତିପତ୍ର, ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ

ଭୁବନେଶ୍ୱର,୧୯/୦୯: ଆଜି ୨୦ତମ ରୋଜଗାର ମେଳା ଅନୁଷ୍ଠିତ ହେବ । ସରକାରୀ  ନିଯୁକ୍ତି ପାଇଥିବା ୫୧ ହଜାରରୁ  ଅଧିକ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ବାଣ୍ଟିବେ ।  ଦେଶବ୍ୟାପୀ ଏହି ରୋଜଗାର ମେଳା  ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି  ଅବସରରେ ଓଡ଼ିଶାର ଦୁଇଟି ସ୍ଥାନରେ  ଏହି କାର୍ଯ୍ୟକ୍ରମ କରାଯିବ ।

କଟକ  ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ  ରେଭେନ୍ସା କନ୍‌ଭେନ୍‌ସନ୍‌ ସେଣ୍ଟରରେ  ଆୟୋଜିତ ଏହି ରୋଜଗାର ମେଳାରେ  କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌ ଯୋଗଦେବେ । ସେହିପରି  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ  ରେଳ ଅଡିଟୋରିୟମ୍‌ରେ ଆୟୋଜିତ  କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ  କମଳେଶ ପାଶୱାନ୍‌ ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ  ସରକାରୀ ବିଭାଗରୁ ୧୬୧ ଜଣ  ନବନିଯୁକ୍ତ ପ୍ରାର୍ଥୀ ସାମିଲ ହେବେ ।  ରେଳବାଇ ବିଭାଗରେ ୩୭ ଜଣ, ସ୍ୱାସ୍ଥ୍ୟ  ମନ୍ତ୍ରଣାଳୟରେ ୪୧, ଡାକ ବିଭାଗରେ  ୩୦, ଭୁବନେଶ୍ୱର ସିଜିଏସ୍‌ଟିରେ  ୨୨, ଆୟକରରେ ୧୦, ଇଏସ୍‌ଆଇସି  ଓଡ଼ିଶାରେ ୮ଜଣ, ଜଳଶକ୍ତି ମନ୍ତ୍ରଣାଳୟ/ କେନ୍ଦ୍ରୀୟ ଭୂଜଳ ବୋର୍ଡରେ ୪ଜଣ,  ଆର୍ଥିକ ସେବା ବିଭାଗରେ ୩ଜଣ,  ସିଆଇଏସ୍‌ଏଫ୍‌ରେ ୨ଜଣ, ଶିକ୍ଷା  ମନ୍ତ୍ରଣାଳୟରେ ୨ଜଣ, ପ୍ରତିରକ୍ଷା ଲେଖା  ବିଭାଗରେ ଜଣେ ଓ ପରିସଂଖ୍ୟାନ ଓ  କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟରେ ଜଣେ ନବନିଯୁକ୍ତ ଯୋଗଦେବେ ।  ଏହାପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବେ । ସ୍ଥାନୀୟ କାର୍ଯ୍ୟକ୍ରମରେ ଉପସ୍ଥିତ  ମୁଖ୍ୟ ଅତିଥିମାନେ ନବ ନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button