ରାଜ୍ୟ
Rs 1,052 crore spent: ୧୦୫୨ କୋଟି ଖର୍ଚ୍ଚ, ତଥାପି ମରଣଯନ୍ତା: ଡିଏମ୍ଏଫ୍ ପାଣ୍ଠିରୁ ଅର୍ଥ ବ୍ୟୟ ସତ୍ତ୍ୱେ ସୁଧୁରୁନି ସୁନ୍ଦରଗଡ଼ର ଗ୍ରାମାଞ୍ଚଳ ରାସ୍ତା
ଖଣିରୁ କୋଟି କୋଟି ଟଙ୍କାର ରୟାଲିଟି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ରାସ୍ତା ନିର୍ମାଣ ଓ ମରାମତି ପାଇଁ ୧୦୫୨ କୋଟିରୁ ଅଧିକ ଟଙ୍କା ବ୍ୟୟ। ତଥାପି ଗାଁକୁ ଗାଁ ଯୋଡ଼ୁଥିବା ରାସ୍ତାର ଦୁର୍ଦ୍ଦଶା ଯେମିତିକୁ ସେମିତି।

ରାଉରକେଲା (ମଳୟ ରଞ୍ଜନ ସାହୁ): ଖଣିରୁ କୋଟି କୋଟି ଟଙ୍କାର ରୟାଲିଟି, ଜିଲ୍ଲାଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ରାସ୍ତା ନିର୍ମାଣ ଓ ମରାମତି ପାଇଁ ୧୦୫୨ କୋଟିରୁ ଅଧିକ ଟଙ୍କା ବ୍ୟୟ। ତଥାପି ଗାଁକୁ ଗାଁ ଯୋଡ଼ୁଥିବା ରାସ୍ତାର ଦୁର୍ଦ୍ଦଶା ଯେମିତିକୁ ସେମିତି। କେଉଁଠି ରାସ୍ତାରୁ ମାଟି ଉଠିଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ। ଅଧଘଣ୍ଟାରେ ଅତିକ୍ରମ କରିବାକୁ ଥିବା ରାସ୍ତା ପାଇଁ ଲାଗୁଛି ୨ରୁ ୩ ଘଣ୍ଟା। ଖଣିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ରାସ୍ତାର ଏଭଳି ଦୟନୀୟ ଚିତ୍ର ବିକାଶର ଦାବି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଓ ମରାମତି ନାଁରେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥା ମିଳିମିଶି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଉଠିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ହୋଇପଡ଼ିଛି।
ସୌଜନ୍ୟ ସମ୍ବାଦ




