ରାଜ୍ୟ

RSP Takes Back ଆର୍‌ଏସ୍‌ପି ଦଖଲକୁ ଆସିଲା ନିଲମ ହୋଟେଲ

ରାଉରକେଲା ସେକ୍ଟର-୧୯ସ୍ଥ ନୀଲମ ହୋଟେଲ ପରିସରକୁ ଦୀର୍ଘ ୧୦ ବର୍ଷର ସବ୍‌ଲିଜ୍ ବିବାଦ ପରେ ଆର୍‌ଏସ୍‌ପି ପୁନର୍ଦଖଲ କରିଛି। ସବ୍‌ଲିଜ୍ ଗ୍ରହୀତା ୪.୮୬ ଲକ୍ଷ ଟଙ୍କା କ୍ଷତିପୂରଣ ପୈଠ କରି ଜମି ହସ୍ତାନ୍ତର କରିଛନ୍ତି।

ରାଉରକେଲା: ଶେଷରେ ସେକ୍ଟର-୧୯ସ୍ଥ ନୀଲମ ହୋଟେଲ ଜବରଦଖଲମୁକ୍ତ ହୋଇଛି। ଏହାସହ ଉକ୍ତ ପରିସରକୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ନିଜ ଅକ୍ତିଆରକୁ ନେଇଛି। ପ୍ରାୟ ଦଶ ବର୍ଷ ହେଲା ଏନେଇ ସବ୍‌ଲିଜ୍‌ଧାରୀ ଓ ଆର୍‌ଏସ୍‌ପି ମଧ୍ୟରେ ବିବାଦ ଲାଗିରହିଥିଲା।

RSP Extension: ଆରଏସପି ସମ୍ପ୍ରସାରଣ ଉଚ୍ଛେଦକୁ କଡ଼ା ବିରୋଧ, ୧୫ରୁ ଅଧିକ ବିକ୍ଷୋଭକାରୀ ଅଟକ

ଉଲ୍ଲେଖଯୋଗ୍ୟ, ପ୍ରାୟ ୦.୨୫ ଏକର ଜମିରେ ଏହି ହୋଟେଲ ଗଢିଉଠିଥିଲା। ଆର୍‌ଏସ୍‌ପି ପକ୍ଷରୁ ଗତ ୧୯୯୬ ନଭେମ୍ବର ୨୯ ତାରିଖରେ ଜୟଲାଲ ବକ୍ସିଙ୍କୁ ଏହି ଜମିକୁ ୩୩ ବର୍ଷ ପାଇଁ ସବ୍‌ଲିଜ୍‌ ନବୀକରଣ ଆକାରରେ ପ୍ରଦାନ କରାଯାଇଥିଲା। କିନ୍ତୁ ସେ ଆର୍‌ଏସ୍‌ପିର ପୂର୍ବ ଅନୁମତି ବିନା ଉକ୍ତ ଜମିକୁ ବେଆଇନ ଭାବେ ତୃତୀୟ ପକ୍ଷକୁ ହସ୍ତାନ୍ତର କରିଥିଲେ। ଏହାସହ ସେଠାରେ ବ୍ୟବସାୟିକ ନିର୍ମାଣ କରିବାସହ ଲିଜ୍ ସର୍ତ୍ତାବଳୀର ବାରମ୍ବାର ଉଲ୍ଲଂଘନ କରିଥିଲେ, ଯେଉଁଥିପାଇଁ ନବୀକରଣ ତଥା ତ୍ରିପାକ୍ଷିକ ସବ୍‌ଲିଜ୍‌ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିନଥିଲା। କ୍ରମାଗତଭାବେ ନିୟମର ଉଲ୍ଲଂଘନ ହେବାରୁ ୨୦୧୮ ମସିହାରେ ଆର୍‌ଏସ୍‌ପି ପକ୍ଷରୁ ଉକ୍ତ ସ୍ଥାନର ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା।

RSP Iron ‘ଆଇ୍‌ଏନ୍‌ଏସ୍‌ ଅଞ୍ଜଦୀପ’ରେ ଲାଗିଛି ଆର୍‌ଏସ୍‌ପି ଲୁହା

ସବ୍‌ଲିଜ୍ ଗ୍ରହୀତା ନିଜର ତ୍ରୁଟି ସଂଶୋଧନ ନକରିବାରୁ କର୍ତ୍ତୃପକ୍ଷ ଗତ ଜୁନ ୧୩ ତାରିଖରେ ସବ୍‌ଲିଜ୍ ବାତିଲ କରି ୩୦ ଦିନ ମଧ୍ୟରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମି ଖାଲି ନହେବାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରେ ସବ୍‌ଲିଜ୍ ଗ୍ରହୀତା ସ୍ଵେଚ୍ଛାକୃତ ଭାବେ ନିଜର ଭୁଲ୍ ସ୍ୱୀକାର କରିବାସହ ଜମି ଫେରସ୍ତ କରିବାକୁ ସମ୍ମତି ଜଣାଇଥିଲେ। ଏହାସହ ୪.୮୬ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପୈଠକରି ଜମି ହସ୍ତାନ୍ତର କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button