ରାଜ୍ୟ

Jajpur PEO transfer ଯାଜପୁର ଜିଲ୍ଲାରେ ପିଇଓଙ୍କ ବଦଳି ନିର୍ଦ୍ଦେଶ ବାତିଲ

ଯାଜପୁର ଜିଲ୍ଲାର ୬୫ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ଆଦେଶ ଜାରି ହେବାର ମାତ୍ର ୪ ଦିନ ପରେ ବାତିଲ କରାଯାଇଛି। ଏହି ହଠାତ୍ ନିଷ୍ପତ୍ତିକୁ ନେଇ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଯାଜପୁର ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୬୫ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ବଦଳି ଆଦେଶ ହଠାତ୍‌ ବାତିଲ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଜିଲ୍ଲାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି।

PEO under Vigilance Trap ୫ହଜାର ଟଙ୍କା ଲାଞ୍ଚ ନେଇ ପଞ୍ଚାୟତ ଅଧିକାରୀ ଗିରଫ

ଗତ ୧୭ ତାରିଖରେ ଆଦେଶ ସଂଖ୍ୟା-୭୪୯ରେ ଉକ୍ତ ସୂଚନା ଦିଆଯାଇଥିବା ବେଳେ ୪ ଦିନ ପରେ ଅର୍ଥାତ୍‌ ୨୧ ତାରିଖରେ ଆଦେଶ ସଂଖ୍ୟା ୭୬୦ରେ ବଦଳି ବାତିଲ କରାଯାଇଥିବା ଜଣାଯାଇଛି। ଜିଲ୍ଲାରେ ୩ ବର୍ଷରୁ ଅଧିକ କାର୍ଯ୍ୟକାଳ ଥିବା ଉକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସରକାରୀ ନିର୍ଦ୍ଦେଶ ବଳରେ ଅନ୍ୟତ୍ର ବଦଳି କରାଯାଇଥିଲା। ତେବେ ହଠାତ୍‌ କାହିଁକି ନିଷ୍ପତ୍ତି ବଦଳାଗଲା ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରେ ଜୋରଦାର ରାଜନୈତିକ ଚାପ ପଡ଼ିଥିବା ଶୁଣାଯାଉଛି।

PEO Arrested Vigilance ବନ୍ଧା ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନା

ବଦଳି ଆଦେଶରେ ଥିବା ୬୫ ଜଣ ପିଇଓଙ୍କ ମଧ୍ୟରୁ ବଡ଼ଚଣା ବ୍ଲକରୁ ୭ ଜଣ, ବରୀ ବ୍ଲକରୁ ୬, ବିଞ୍ଝାରପୁର ବ୍ଲକରୁ ୩, ଦାନଗଦୀ ବ୍ଲକରୁ ୭, ଦଶରଥପୁର ବ୍ଲକରୁ ୯, ଧର୍ମଶାଳା ବ୍ଲକରୁ ୧୧, ଯାଜପୁର ବ୍ଲକରୁ ୧୧, କୋରେଇ ବ୍ଲକରୁ ୬, ରସୁଲପୁରରୁ ୩ ଓ ସୁକିନ୍ଦା ବ୍ଲକରୁ ୨ ଜଣଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ବଦଳି କରାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button