Sachin Tendulkar to Visit Dantewada: କଥା ରଖିଲେ ସଚିନ, ଭାଇରାଲ୍ ବୟଙ୍କ ସ୍ବପ୍ନ ହେବ ପୂରଣ

ମାଷ୍ଟର ବ୍ଲାଷ୍ଟରଙ୍କ ମହାନତା । ପଡ଼ିଆକୁ ଓହ୍ଲାଇ ଶିଶୁର ଇଚ୍ଛା କରିବେ ପୂରଣ । ଦିବ୍ୟାଙ୍ଗ ସହ ଖେଳିବେ କ୍ରିକେଟ୍ । ଦାନ୍ତେୱାଡ଼ାରୁ ଆସିଛି ଏଭଳି ହୃଦୟସ୍ପର୍ଶୀ ଖବର । ଏପ୍ରିଲ ୨୨ରେ ଛତିଶଗଡ଼ର ଦାନ୍ତେୱାଡ଼ା ମାଟିରେ ପାଦ ଦେବେ ସଚିନ ତେନ୍ଦୁଲକର । ଏହି ଗସ୍ତ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ହେବ ନାହିଁ, କିନ୍ତୁ କାହାର ଆଶା ଓ ସ୍ୱପ୍ନ ପୂରଣ କରିବ । ଭାଇରଲ୍ ବୟଙ୍କ ଗୋଟିଏ ଇଚ୍ଛା ସେ ତାଙ୍କ ଆଦର୍ଶଙ୍କ ସହ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି । ଏହି କାହାଣୀ କେବଳ କ୍ରିକେଟ୍ ବିଷୟରେ ନୁହେଁ, ବରଂ ସାହସ, ସଂଘର୍ଷ ଏବଂ ସ୍ୱପ୍ନ ବିଷୟରେ ।