Sensex Down: ସେନ୍‌ସେକ୍ସ ୨୪୫ ପଏଣ୍ଟ ଖସିଲା

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀ ନିବେଶକମାନେ ଲଗାତାର ଭାବେ ଇକ୍ବିଟି ସେୟାର ବିକ୍ରି କରୁଥିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ଆଜି ହ୍ରାସ ସହ ବନ୍ଦ ହୋଇଛି।

ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀ ନିବେଶକମାନେ ଲଗାତାର ଭାବେ ଇକ୍ବିଟି ସେୟାର ବିକ୍ରି କରୁଥିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ଆଜି ହ୍ରାସ ସହ ବନ୍ଦ ହୋଇଛି। ସେନ୍‌ସେକ୍ସ ୨୪୫ ପଏଣ୍ଟ ହ୍ରାସ ପାଇ ୮୩,୩୮୨ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୬୬ ପଏଣ୍ଟ ହ୍ରାସ ପାଇ ୨୫,୬୬୫ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସର ଅଂଶ ଥିବା ଏସିଆନ୍‌ ପେଣ୍ଟସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ମାରୁତି ସୁଜୁକି, ସନ୍‌ ଫାର୍ମା, ହିନ୍ଦୁସ୍ତାନ ୟୁନିଲିଭର ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ସେନ୍‌ସେକ୍ସକୁ ତଳକୁ ଟାଣିବାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଟିସିଏସ୍‌, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ ଓ ମାରୁତି ସୁଜୁକି ସେୟାର ମୂଲ୍ୟରେ ହ୍ରାସ ମୁଖ୍ୟତଃ ଦାୟୀ।

ସେନ୍‌ସେକ୍ସରେ ଆଇଟି ଓ ଅଟୋମୋବାଇଲ୍‌ ସୂଚକାଙ୍କ ମଧ୍ୟ ହ୍ରାସ ସହ ବନ୍ଦ ହୋଇଛି। ବିଶେଷଜ୍ଞମାନଙ୍କ ମତରେ ଭାରତ-ଆମେରିକା ବାଣିଜ୍ୟ ରାଜିନାମାକୁ ନେଇ ଲାଗିରହିଥିବା ଅନିଶ୍ଚିତତା ଏବଂ ‌ଭେନେଜୁଏଲା ପରେ ଇରାନକୁ ନେଇ ଦେଖାଦେଇଥିବା ଭୂରାଜନୈତିକ ସଙ୍କଟ ପାଇଁ ନିବେଶକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି।

ବିଦେଶୀ ନିବେଶକମାନେ ଭାରତରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ସାରା ବିଶ୍ବର ପ୍ରମୁଖ ଇକ୍ବିଟି ବଜାରଗୁଡ଼ିକ‌‌ରେ ନିବେଶକମାନେ ବେଶ୍‌ ସତର୍କତାର ସହ କାରବାର କରୁଛନ୍ତି। ଅଧିକାଂଶ ବଜାର ଆମେରିକାର ଫେଡେରାଲ ରିଜର୍ଭ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version