The Odisha High Court: ଗଜପତି ତେଲୁଗୁ ଶିକ୍ଷା ସହାୟକ ନିଯୁକ୍ତି ମାମଲା: ରାଜ୍ୟ ସରକାରଙ୍କ ରିଟ୍ ଅପିଲ୍ ଖାରଜ କଲେ ହାଇକୋର୍ଟ
ଗଜପତିର ଦ୍ୱିଭାଷୀ ସ୍କୁଲରେ ତେଲୁଗୁ ଶିକ୍ଷା ସହାୟକ ନିଯୁକ୍ତି ମାମଲାରେ ରାଜ୍ୟ ସରକାରଙ୍କ ରିଟ୍ ଅପିଲ୍ ଖାରଜ କରି ପୁରୁଷୋତ୍ତମ ଦଲ୍ଲୀଙ୍କ ନିଯୁକ୍ତି ସପକ୍ଷରେ ପୂର୍ବ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।

କଟକ: ଗଜପତି ଜିଲ୍ଲାରେ ଦ୍ବିଭାଷୀ ସ୍କୁଲରେ ତେଲୁଗୁ ଶିକ୍ଷା ସହାୟକ ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପ୍ରତିପକ୍ଷ ପ୍ରାର୍ଥୀ ଜଣକ ତେଲୁଗୁ ମାଧ୍ୟମରେ ପଢ଼ିଥିଲେ ହେଁ, ଦଶମ ପର୍ଯ୍ୟନ୍ତ ‘ଓଡ଼ିଆ’ ବିଷୟ ରଖିଥିବାରୁ ଏହି ପଦବି ପାଇଁ ଯୋଗ୍ୟ। ତାଙ୍କର ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଜ୍ଞାନ ରହିଛି। ଦ୍ୱିଭାଷୀ ବିଦ୍ୟାଳୟରେ ତେଲୁଗୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇବା ପାଇଁ ଆବଶ୍ୟକ ଯୋଗ୍ୟତା ସେ ପୂରଣ କରୁଛନ୍ତି। ତେଣୁ ପ୍ରତିପକ୍ଷଙ୍କୁ ତେଲୁଗୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପ୍ରଦାନ ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୫, ଜାନୁଆରି ୧୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଏଥି ସହିତ ୨୦୨୫, ଜାନୁଆରି ୧୭ର ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ୍ ଅପିଲକୁ ହାଇକୋର୍ଟଖାରଜ କରିଛନ୍ତି। ଜଷ୍ଟିସ ବି. ପି. ରାଉତରାୟ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ସୌଜନ୍ୟ ସମ୍ବାଦ




