ଖେଳ

Silver Medal: ପୁରୁଷ ୧୦ ମିଟର ବନ୍ଧୁକଚାଳନାରେ ଭାରତକୁ ରୌପ୍ୟ

ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ସୋମବାର ବନ୍ଧୁକଚାଳନାରୁ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି। ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ରୁଦ୍ରାଂକ୍ଷ ପାଟିଲ, ହିମାଂଶୁ ଧିଲ୍ଲୋଁ ଓ ପାର୍ଥ ମାଣେଙ୍କୁ ନେଇ ଗଠିତ ଭାରତୀୟ ଦଳ...

ନାଗୋୟା: ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ସୋମବାର ବନ୍ଧୁକଚାଳନାରୁ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି। ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ରୁଦ୍ରାଂକ୍ଷ ପାଟିଲ, ହିମାଂଶୁ ଧିଲ୍ଲୋଁ ଓ ପାର୍ଥ ମାଣେଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୮୯୦.୧ ପଏଣ୍ଟ ହାସଲ ସହ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଛି। ଚୀନ ୧୮୯୯.୦ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିବା ସହ ବିଶ୍ୱ ରେକର୍ଡ କରିଛି। ଦକ୍ଷିଣ କୋରିଆ ୧୮୮୪.୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଛି। ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିବା ସହ ରୁଦ୍ରାଂକ୍ଷ ଓ ହିମାଂଶୁ ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ୍‌ ଫାଇନାଲ୍‌ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ରୁଦ୍ରାଂକ୍ଷ ୬୩୧.୮ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ଏବଂ ହିମାଂଶୁ ୬୩୦.୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି। ପାର୍ଥ ମାଣେ ୬୨୮.୩ ପଏଣ୍ଟ ସହ ଦଶମ ସ୍ଥାନରେ ରହି ଫାଇନାଲ୍‌ରୁ ବାଦ୍‌ ପଡ଼ିଛନ୍ତି।

ଭାରତର ପଦକ ଅଭିଯାନ ମଜଭୁତ

ସୁଟିଂରେ ଭାରତର ପଦକ ଅଭିଯାନ ଏହି ରୌପ୍ୟ ସହ ଆହୁରି ମଜଭୁତ ହୋଇଛି। ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଇଭେଣ୍ଟରେ ଏଲାଭେନିଲ ଭାଲାରିଭାନ୍‌, ସୋନମ ମସ୍କାର ଓ ବିଦର୍ଶା କେ. ବିନୋଦ ରୌପ୍ୟ ପଦକ ଜିତିଥିଲେ। ଏଲାଭେନିଲ୍‌ ପରେ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ହାସଲ କରିଥିଲେ। ଗତ ହାଂଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତ ବନ୍ଧୁକଚାଳନାରୁ ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ ସହ ରେକର୍ଡ ୨୨ ପଦକ ଜିତିଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button