ଖେଳ

Swimming: ସନ୍ତରଣ: ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲରେ ଶ୍ରୀହରି

ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତୀୟ ତାରକା ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୁଇଥରର ଅଲିମ୍ପିଆନ୍‌ ଶ୍ରୀହରି ସୋମବାର ନିଜ ହିଟ୍‌ରେ ୨୫.୩୭ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।

ନାଗୋୟା: ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତୀୟ ତାରକା ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୁଇଥରର ଅଲିମ୍ପିଆନ୍‌ ଶ୍ରୀହରି ସୋମବାର ନିଜ ହିଟ୍‌ରେ ୨୫.୩୭ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ସମସ୍ତ ହିଟ୍‌କୁ ମିଶାଇ ସେ ଯୁଗ୍ମ ଭାବେ ନବମ ସ୍ଥାନରେ ରହି ଫାଇନାଲ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ଭାରତୀୟ ଋଷଭ ଦାସ ଅଳ୍ପକେ ଫାଇନାଲ୍‌ରୁ ବଞ୍ଚିତ ହୋଇଛନ୍ତି। ସେ ୨୫.୪୧ ସେକେଣ୍ଡ ସମୟ ସହ ଏକାଦଶ ସ୍ଥାନରେ ରହିଥିବାରୁ ଫାଇନାଲ୍‌ରେ ସ୍ଥାନ ପାଇପାରିନାହାନ୍ତି। ତେବେ ସେ ରିଜର୍ଭ ତାଲିକାରେ ରହିଛନ୍ତି।

ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ

ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ଭାରତର ଆକାଶ ମଣି ଓ ହୀର ଗିତେଶ ଶାହ ମଧ୍ୟ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଆକାଶ ୨୩.୪୩ ସେକେଣ୍ଡ ସମୟ ସହ ୨୬ତମ ସ୍ଥାନରେ ରହିଥିବା ବେଳେ ଶାହ ୨୩.୫୭ ସେକେଣ୍ଡ ସମୟ ସହ ୨୮ତମ ସ୍ଥାନରେ ରହିଛନ୍ତି। ସେହିପରି ପୁରୁଷ ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ ହିଟ୍‌ରେ ଭାରତର ଦାନୁଶ ସୁରେଶ ୧:୦୩.୪୬ ସେକେଣ୍ଡ ସମୟ ନେଇ ସାମଗ୍ରିକ ଭାବେ ୨୨ତମ ସ୍ଥାନରେ ରହିଥିଲେ। ଫଳରେ ସେ ମଧ୍ୟ ଫାଇନାଲ୍‌ ପାଇଁ ଯୋଗ୍ୟତା ହାସଲ କରିପାରିନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button