
ସିଡ୍ନି: ଦୁଇ ଥର ଅଲିମ୍ପିକ୍ସପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ଅଷ୍ଟ୍ରେଲୀୟ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଖେଳାଳିତଥା ଭାରତୀୟ ତାରକା ଶୁକ୍ରବାର ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ଚାଇନିଜ୍ ତାଇପେର ଚେନ୍ ସୁ ୟୁଙ୍କୁ ୨୧-୬, ୨୧-୯ରେ ପରାସ୍ତ କରିଛନ୍ତି।
ସିନ୍ଧୁ ଫାଇନାଲ୍ ପ୍ରବେଶ ଆଶାରେ ଅଛନ୍ତି
ଏହି ମ୍ୟାଚ୍ ଜିତିବାକୁ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁଙ୍କୁ ମାତ୍ର ୨୭ ମିନିଟ୍ ଲାଗିଥିଲା। ଫାଇନାଲ୍ ସ୍ଥାନ ପାଇଁ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ବିଶ୍ବର ୩ ନମ୍ବର ୟାମାଗୁଚି ୨୧-୧୪, ୨୧-୧୪ରେ ଭାରତୀୟ ଯୁବତୀ ତନ୍ବୀ ଶର୍ମାଙ୍କୁ ପରାସ୍ତ କରିଥିଲେ। ୟାମାଗୁଚିଙ୍କ ବିପକ୍ଷରେ ବିଜୟ ବ୍ୟବଧାନ ୧୫-୧୩ ଥିବାରୁ ସିନ୍ଧୁ ଫାଇନାଲ୍ ପ୍ରବେଶ ଆଶାରେ ଅଛନ୍ତି।
ସୌଜନ୍ୟ ସମ୍ବାଦ




