ଖେଳଜାତୀୟ

West Indies Defeated: ପ୍ରଥମ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୯ ୱିକେଟ୍‌ହରାଇ ୧୪୭ ରନ୍‌ କରିଥିଲା। ଶ୍ରୀଲଙ୍କା ପକ୍ଷରୁ କାମିନ୍ଦୁ ମେଣ୍ଡିଜ୍‌ (୫୧), ଅଧିନାୟକ କୁଶଲ ମେଣ୍ଡିଜ୍‌ (୩୬), ଦସୁନ ଶଣକା (୨୨) ଓ ପଥୁମ ନିଶଙ୍କ (୧୮) କେବଳ ଦୁଇଅଙ୍କ ଛୁଇଁଥିଲେ।

କିଙ୍ଗଷ୍ଟନ୍‌: ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍‌ଦଳର ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ୭ ୱିକେଟ୍‌ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୯ ୱିକେଟ୍‌ହରାଇ ୧୪୭ ରନ୍‌ କରିଥିଲା। ଶ୍ରୀଲଙ୍କା ପକ୍ଷରୁ କାମିନ୍ଦୁ ମେଣ୍ଡିଜ୍‌ (୫୧), ଅଧିନାୟକ କୁଶଲ ମେଣ୍ଡିଜ୍‌ (୩୬), ଦସୁନ ଶଣକା (୨୨) ଓ ପଥୁମ ନିଶଙ୍କ (୧୮) କେବଳ ଦୁଇଅଙ୍କ ଛୁଇଁଥିଲେ।

ସମର ଯୋଶେଫ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ

ଘରୋଇ ଦଳର ଜାସନ ହୋଲ୍‌ଡର ଓ ସମର ଯୋଶେଫ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଅଧିନାୟକ ସାଇ ହୋପ (୬୫*, ୫୪ ବଲ୍‌, ୫ ଚୌକା, ୨ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୪ ବଲ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ୩ ୱିକେଟ୍‌ ହରାଇ ମ୍ୟାଚ୍‌ଜିତି ନେଇଥିଲା। ବ୍ରାଣ୍ଡନ କିଙ୍ଗ ୩୭ ରନ୍‌ କରିଥିଲେ। ହୋଲଡର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button