SIR: ବେଙ୍ଗଲ ଏସ୍‌ଆଇଆର୍‌: ଚିଠା ତାଲିକାରୁ ୫୮ ଲକ୍ଷ ନାଁ ବାଦ୍ ପଡ଼ିଲା

କୋଲକାତା: ଭୋଟର ତାଲିକାର  ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ କରିଛି। ଏଥିରେ ୫୮ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବା ପାଇଁ ଚିହ୍ନଟ କରାଯାଇଛି।  ତିନି ପର୍ଯ୍ୟାୟ ଏସ୍‌ଆଇଆର୍‌ ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରି ୨୦୨୬ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଫେବ୍ରୁଆରି ୧୪, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସୂଚନାଯୋଗ୍ୟ, ନିର୍ବାଚନ କମିସନ ଆଜି ୩ ରାଜ୍ୟ ଏବଂ ‌୨ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିବା ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)ର ଏକ ଅଂଶ ଭାବେ ଚିଠା ଇଲେକ୍ଟୋରାଲ୍‌ ରୋଲ୍‌ ଜାରି କରିଛନ୍ତି।   ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ,ପୁଡ଼ୁଚେରୀ ଏବଂ ଲାକ୍ଷାଦ୍ବୀପ ଆଜି ଚିଠା ରୋଲ୍‌ ଜାରି ହୋଇଛି।  ୨୦୨୫ରେ ଯେଉଁମାନଙ୍କର ନାଁ ଇଲେକ୍ଟୋରାଲ୍‌ ରୋଲ୍‌ରେ ଥିଲା ଏବଂ ଡ୍ରାଫ୍ଟ ରୋଲ୍‌ ୨୦୨୬ରୁ କଟାଯାଇଛ,  ଇସି ସେମାନଙ୍କ ନାଁ ୱେବସାଇଟ୍‌ରେ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ନାଁ କଟାଯିବାର କାରଣ ମଧ୍ୟ ଦର୍ଶାଇଛନ୍ତି।