ଖେଳ
Sports or Farming? ଖେଳ ହେବ ନା ଚାଷ? କାଦୁଅ ପଡ଼ିଆରେ ସାହାଣୀ କପ୍
ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଐତିହ୍ୟ ସମ୍ପନ୍ନ ସହର ଖଡ଼ିଆଳ। ରାଜା ଆର୍ତ୍ତତ୍ରାଣଙ୍କ ନାଁରେ ନିର୍ମିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ କ୍ରୀଡ଼ା, ବିଭିନ୍ନ ପର୍ବପର୍ବାଣି ଓ ଖଡ଼ିଆଳ ମହୋତ୍ସବ ଆୟୋଜନର ପ୍ରମୁଖ ସ୍ଥଳ।

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଐତିହ୍ୟ ସମ୍ପନ୍ନ ସହର ଖଡ଼ିଆଳ। ରାଜା ଆର୍ତ୍ତତ୍ରାଣଙ୍କ ନାଁରେ ନିର୍ମିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ କ୍ରୀଡ଼ା, ବିଭିନ୍ନ ପର୍ବପର୍ବାଣି ଓ ଖଡ଼ିଆଳ ମହୋତ୍ସବ ଆୟୋଜନର ପ୍ରମୁଖ ସ୍ଥଳ। ଏହି ପଡ଼ିଆରୁ ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇଛନ୍ତି। ହେଲେ ବର୍ତ୍ତମାନ ଏହି ଗୌରବମୟ ପଡ଼ିଆର ବିକଳ ଚିତ୍ର କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ନୂଆପଡ଼ା ଜିଲ୍ଲା ସଦର ଷ୍ଟାଡିୟମ ସହ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ଚାଲିଛି। ବର୍ଷା ଯୋଗୁଁ ପଡ଼ିଆର ଅନେକ ସ୍ଥାନରେ ପାଣି ଜମିବା ସହ ମାଟି କାଦୁଅ ଭରି ରହିଛି।
ସୌଜନ୍ୟ ସମ୍ବାଦ




