Stars are not visible in the sky: ଆକାଶରେ ଦିଶୁ ନାହିଁ ତାରା

କୌଅଧିକାଂଶ ଭାରତୀୟ ସହରରେ ଆକାଶକୁ ଚାହିଁଲେ ତାରା ଦିଶୁନାହିଁ। ଏକଦା ଆକାଶରେ ନିରନ୍ତର ଦୃଶ୍ୟମାନ ଥିବା ଆମର ନିକଟତର ଛାୟାପଥ ‘ଆକାଶଗଙ୍ଗା’ ବିଶ୍ୱର ପ୍ରାୟ ୮୦% ଜନସଂଖ୍ୟା ପାଇଁ ଏବେ ଅଦୃଶ୍ୟ।

କୌଅଧିକାଂଶ ଭାରତୀୟ ସହରରେ ଆକାଶକୁ ଚାହିଁଲେ ତାରା ଦିଶୁନାହିଁ। ଏକଦା ଆକାଶରେ ନିରନ୍ତର ଦୃଶ୍ୟମାନ ଥିବା ଆମର ନିକଟତର ଛାୟାପଥ ‘ଆକାଶଗଙ୍ଗା’ ବିଶ୍ୱର ପ୍ରାୟ ୮୦% ଜନସଂଖ୍ୟା ପାଇଁ ଏବେ ଅଦୃଶ୍ୟ। ଆଲୋକ ପ୍ରଦୂଷଣ, କୃତ୍ରିମ ଆଲୋକର ଅତ୍ୟଧିକ ବ୍ୟବହାର ‘ରାତ୍ରି ଆକାଶ’ ସହିତ ମାନବତାର ସଂଯୋଗକୁ ଲିଭାଇ ଦେଇଛି। ଭୂପୃଷ୍ଠରୁ ବିଭିନ୍ନ ନକ୍ଷତ୍ର ଓ ଗ୍ରହମାନଙ୍କର ସ୍ଥିତି ଅନୁଧ୍ୟାନ ପାଇଁ ବିଶ୍ୱର ଜ୍ୟୋତିର୍ବିଜ୍ଞାନୀମାନେ ସଠିକ୍ ସ୍ଥାନ ଖୋଜିବାରେ ସଂଘର୍ଷ କରିବା ସହ ରାତି ଆକାଶରୁ ତାରାଗୁଡ଼ିକ ଅଦୃଶ୍ୟ ହେବା ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି।

କହିବା  ଭୁଟାନ ବୋଲର୍ବାହୁଲ୍ୟ, ଆଲୋକ ପ୍ରଦୂଷଣ ଧୂଆଁ ପରି ଶ୍ବାସରୁଦ୍ଧ କରେ ନାହିଁ କି ଅଳିଆ ପରି ଦୁର୍ଗନ୍ଧ ସୃଷ୍ଟି କରେ ନାହିଁ। ମାତ୍ର ଏହା ଆମର ଆକାଶକୁ ଏକ ଉଜ୍ଜ୍ବଳ ପରଦାରେ ଢାଙ୍କି ଦେଇଥାଏ। ବିଶ୍ୱର ଅଶୀ ପ୍ରତିଶତ ସ୍ଥାନ ସମ୍ପ୍ରତି ଆଲୋକ-ପ୍ରଦୂଷଣ ଦ୍ବାରା କବଳିତ ଏବଂ ଆମେ ଧ୍ୟାନ ନଦେଇ ଆମର ପ୍ରିୟ ଆକାଶକୁ ହରାଇ ଦେଇଛୁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହୁଛନ୍ତି। ଭାରତୀୟ ସହରମାନଙ୍କରେ ଉଚ୍ଚ-ତୀବ୍ରତା ବିଶିଷ୍ଟ ଏଲ୍‌ଇଡି ଓ ଅନିୟନ୍ତ୍ରିତ ଆଲୋକର ପ୍ଳାବନ ଯୋଗୁଁ ଏହି ସମସ୍ୟା ତୀବ୍ର ହୋଇ ଚାଲିଛି। ରାତିରେ ତାରା ଉଭେଇଯିବା ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟକୁ ବିପର୍ଯ୍ୟସ୍ତ କରେ। ବାଦୁଡ଼ି ପରି ରାତ୍ରିଚର ପ୍ରାଣୀ ସମେତ ବିଭିନ୍ନ ପତଙ୍ଗ, ସମୁଦ୍ର କଇଁଛ ଏବଂ କିଛି ପ୍ରବାସୀ ପକ୍ଷୀ ଦିଗନିର୍ଣ୍ଣୟ, ଶିକାର ଓ ପ୍ରଜନନ ପାଇଁ ଅନ୍ଧାର ଉପରେ ନିର୍ଭର କରନ୍ତି। ଅତ୍ୟଧିକ ଆଲୋକ ସେମାନଙ୍କୁ ଦିଗଭ୍ରଷ୍ଟ କରି ସେମାନଙ୍କୁ ମୃତ୍ୟୁମୁଖରେ ପକାଏ। କୃତ୍ରିମ ଆଲୋକ ମନୁଷ୍ୟର ନିଦ୍ରା ଓ ହରମୋନ୍‌କୁ ନିୟନ୍ତ୍ରଣ କରୁଥିବା ଆଭ୍ୟନ୍ତରୀଣ ଘଣ୍ଟାରେ ବାଧା ଉପୁଜାଇ ଅନିଦ୍ରା, ଚାପ, ମୁଣ୍ଡବିନ୍ଧା ଏବଂ ଏପରିକି ମେଟାବୋଲିକ୍ ବିକାର ପରି ରୋଗ ବଢ଼ାଉଛି। ପୃଥିବୀ ପରିକ୍ରମା କରୁଥିବା କୃତ୍ରିମ ଉପଗ୍ରହଗୁଡ଼ିକର ଦ୍ରୁତ ବୃଦ୍ଧି ରାତିର ଆକାଶ ଦୃଶ୍ୟମାନତା ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। କେବଳ ସ୍ପେସ୍‌ଏକ୍ସ କମ୍ପାନିର ୯,୦୦୦ରୁ ଅଧିକ ସକ୍ରିୟ ଉପଗ୍ରହ ନିମ୍ନ କକ୍ଷପଥରେ ସ୍ଥାପିତ ହୋଇଛି। ଏହିସବୁ ସାଟେଲାଇଟ୍‌ରୁ ପ୍ରତିଫଳିତ ଆଲୋକ ରାତିର ଆକାଶକୁ ବିକୃତ କରିଦେଉଛି ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି।

 

ଆଲୋକ ପ୍ରଦୂଷଣରୁ ଆକାଶକୁ ମୁକ୍ତ ରଖିବା ଲାଗି ବିଶେଷଜ୍ଞମାନେ କିଛି ବ୍ୟାବହାରିକ ପରାମର୍ଶ ଦେଇଛନ୍ତି। ସେଥି ମଧ୍ୟରେ ଫ୍ଲଡ୍ ଲାଇଟ୍ ବଦଳରେ ତଳମୁହାଁ ଲ୍ୟାମ୍ପ ପରି ନିୟନ୍ତ୍ରିତ ଆଲୋକୀକରଣ ସାଙ୍ଗକୁ ସ୍ମାର୍ଟ ଏଲ୍‌ଇଡିର ଚମକକୁ କମ୍‌ କରିବା ପାଇଁ ଲାଲ, ଉଷ୍ମ ତଥା କମ୍-ତୀବ୍ରତାର ବଲ୍‌ବ ବ୍ୟବହାର, ସହରାଞ୍ଚଳରେ କଠୋର ଆଲୋକ ନୀତି ପ୍ରଣୟନ ସାଙ୍ଗକୁ ସର୍ବୋପରି ସଂରକ୍ଷଣଯୋଗ୍ୟ ନକ୍ଷତ୍ର ଆଲୋକକୁ ପ୍ରାକୃତିକ ଐତିହ୍ୟ ଭାବରେ ଚିହ୍ନିତ କରିବା ପରି ଜନସଚେତନତା ଲୋଡ଼ା।

ସୌଜନ୍ୟ ସମ୍ବାଦ

 

Exit mobile version