କେମିତି ଧରାପଡ଼ିଲେ
ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପାଇବା ପରେ ପୁଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଏହାର ଯାଞ୍ଚ କରିଥିଲା। ୧୦ ତାରିଖ ସନ୍ଧ୍ୟା ବେଳେ ଏହି ଘଟଣା ଘଟିଥିବାରୁ, ସେହି ନିଛାଟିଆ ସ୍ଥାନରେ କେଉଁମାନେ ବସାଉଠା କରନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲା।  ସେହିପରି ମୋବାଇଲ ଫୋନ୍‌ ଆକ୍ଟିଭ୍‌ ନେଇ ଇଣ୍ଟେଲଜେନ୍ସି ରିପୋର୍ଟ ସଂଗ୍ରହ କରିଥିଲା। ଏ ସମସ୍ତ ତଥ୍ୟକୁ ସମୀକ୍ଷା କରି ପୁଲିସ ୩/୪ ଜଣଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଉଠାଇ ଆଣିଥିଲା। ଥାନାରେ ଅଟକ ରଖି  ସେମାନଙ୍କୁ ପଚରାଉଚରା କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ପୀଡ଼ିତା ନାବାଳିକାଙ୍କୁ ଥାନାକୁ ଡକାଇଥିଲା। ସେଠାରେ ପୀଡ଼ିତା ବିଭୁ ଓ କାଳନ୍ଦୀଙ୍କୁ ଚିହ୍ନଟ କରିଥିଲେ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।