ସୁନ୍ଦରଗଡ: ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ୍। ସୁନ୍ଦରଗଡ ସହରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ସୁନ୍ଦରଗଡ ସହର ବାଇପାସ୍ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରାସ୍ତାରେ ସିଲିଣ୍ଡର ରଖି ଲୋକ ରାସ୍ତା ଅବରୋଧ କରିଛନ୍ତି । ଲୋକଙ୍କ କହିବା କଥା ଯେ ଗତ ୪ ଦିନ ହେଲା ଗ୍ୟାସ ମିଳୁନାହିଁ । ପ୍ରତିଦିନ କିଏ ସକାଳ ୪ଟା ରୁ ତ କିଏ ୫ ଟାରୁ ଆସି ଗ୍ୟାସ ପାଇଁ ଜଗୁଛନ୍ତି ।
ପ୍ରତିଦିନ ଖାଲି ହାତରେ ଫେରିବା ଯୋଗୁଁ ଆଜି ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଗ୍ୟାସ ନମିଳିବା ଯାଏଁ ରାସ୍ତାରୋକରୁ ହଟିବୁ ନାହିଁ ବୋଲି କହିଛନ୍ତି ଖାଉଟି ।
ସ୍ଥିତି ଏମିତି ହୋଇଯାଇଛି ଯେ ଘରେ ଆଉ ଗ୍ୟାସ ଚୁଲି ବନ୍ଦ ହୋଇଯାଇଛି । ତେବେ ପୁଲିସ ଆସି ଗୋଟିଏ ପାର୍ଶ୍ବ ରାସ୍ତା ଖାଲି କରିଥିଲେ। କିନ୍ତୁ ଲୋକେ ପୁଣି ସେ ରାସ୍ତାରେ ଗ୍ଯାସ ସିଲିଣ୍ଡର ରଖି ବସି ଯାଇଛନ୍ତି |
ସୌଜନ୍ୟ ସମ୍ବାଦ
