ରାଜ୍ୟ
Student Drowning : ଭୋଜି କରିବାକୁ ଯାଇ ଫେରିଲେନି,ନଦୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ

ଭୁବନେଶ୍ବର,୧ \୯ : ନଦୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଭିଙ୍ଗାରପୁର ଠାରେ । କୁଶଭଦ୍ରା ନଦୀରେ ବୁଡିଯାଇ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜିତିକା ସୁଆଁଲୋର ସୌମ୍ୟ ରଞ୍ଜନ ଜାଣ୍ଡି ।
ସୂଚନା ଅନୁସାରେ ,ସୌମ୍ୟ ତାଙ୍କର କିଛି ସାଙ୍ଗଙ୍କ ସହ କୁଶଭଦ୍ରା ନଦୀ ପଠାକୁ ଭୋଜି କରିବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ ସେ ବୁଡ଼ି ଯାଇଥିଲେ । ପ୍ରାୟ ଅଧଘଣ୍ଟା ପରେ ସ୍ଥାନୀୟ ଲୋକ ସୌମ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ଭିଙ୍ଗାରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଏହି ଖବର ପାଇବା ପରେ ପରିବାରରେ ଦୁଖଃର ଛାୟା ଖେଳି ଯାଇଛି । ସାଙ୍ଗ ସାଥୀ ଓ ପୁରା ଗାଁରେ ଶୋକାକୂଳ ପରିବେଶ ।
ସୌଜନ୍ୟ ପ୍ରମେୟ




