ରାଜ୍ୟ

Subarnarekha: ପ୍ରସ୍ତାବରେ ରହିଗଲା ସୁବର୍ଣ୍ଣରେଖା ସଂସ୍କାର: ପ୍ରତିବର୍ଷ ବନ୍ୟାରେ ଦୁର୍ଦ୍ଦଶା ଭୋଗୁଛନ୍ତି ୫ ବ୍ଲକ୍‌ର ଲୋକେ

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବନ୍ୟା ସମସ୍ୟାର ସମାଧାନ ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୦୮ରେ ପ୍ରସ୍ତୁତ ହୋଇଥିବା ୯୭୦.୨୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଏବେ ବି ବନ୍ଦ ଫାଇଲ୍‌ରେ ରହିଛି।

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବନ୍ୟା ସମସ୍ୟାର ସମାଧାନ ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୦୮ରେ ପ୍ରସ୍ତୁତ ହୋଇଥିବା ୯୭୦.୨୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଏବେ ବି ବନ୍ଦ ଫାଇଲ୍‌ରେ ରହିଛି। ଫଳରେ ପ୍ରତିବର୍ଷ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ରାସଗୋବିନ୍ଦପୁର ବ୍ଲକ୍‌ର ହଜାର ହଜାର ଲୋକ ବନ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି।

ଝାଡ଼ଖଣ୍ଡର ରାଞ୍ଚିରୁ ଉତ୍ପତ୍ତି ଲାଭ କରିଥିବା ସୁବର୍ଣ୍ଣରେଖା ନଦୀ ପ୍ରାୟ ୩୯୫ କିଲୋମିଟର ପ୍ରବାହିତ ହେବାସହ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ମୋଟ ୭,୩୧୭ ବର୍ଗମାଇଲ୍‌ ଅଞ୍ଚଳର ବର୍ଷାଜଳ ନିଷ୍କାସନ କରିଥାଏ। ଅବବାହିକାରେ ଲଗାଣ ବର୍ଷା ପାଇଁ ବର୍ଷାଋତୁରେ ନଦୀରେ ବାରମ୍ବାର ବନ୍ୟା ଆସେ ଏବଂ ଅଧିକ ପ୍ରଭାବ ୫ଟି ବ୍ଲକ୍‌ ଉପରେ ପଡ଼େ। ରାଜଘାଟରେ ନଦୀର ଜଳସ୍ତର ବିପଦସଙ୍କେତ ଟପିଲେ ଉଭୟ ପାର୍ଶ୍ୱର ପ୍ରାୟ ୪ ମାଇଲ୍‌ ଅଞ୍ଚଳର ୧୭୩ଟି ଗାଁ ବନ୍ୟାରେ ବୁଡ଼ିଯାଏ। ୨୦୦୮ ଜୁନ୍‌ ୧୯ରେ ଆସିଥିବା ବନ୍ୟାରେ ରାଜଘାଟଠାରେ ଜଳସ୍ତର ୧୨.୬୯ ମିଟରରେ ପହଞ୍ଚିଥିଲା ଏବଂ ପ୍ରତି ସେକେଣ୍ଡରେ ୧୦,୬୩୮ କ୍ୟୁମେକ୍‌ ପାଣି ପ୍ରବାହିତ ହୋଇଥିଲା। ସେତେବେଳେ ନଦୀର ଉଭୟ ପାର୍ଶ୍ୱର ପ୍ରାୟ ୧୨ ମାଇଲ୍‌ ବିସ୍ତୃତ ଅଞ୍ଚଳର ୫୦୦ରୁ ଅଧିକ ଗାଁରେ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

୨୦୦୮ରେ ୯୭୦.୨୫ କୋଟିର ଯୋଜନା ହୋଇଥିଲା

ବିଶେଷଜ୍ଞଙ୍କ ମତରେ, ଓଡ଼ିଶାରେ ସୁବର୍ଣ୍ଣରେଖାର ବର୍ତ୍ତମାନର ନିରାପଦ ଜଳବହନ କ୍ଷମତା ୨,୧୮୦ କ୍ୟୁମେକ୍‌ (୭୫ ହଜାର କ୍ୟୁସେକ୍‌) ଥିବାବେଳେ ଉପରମୁଣ୍ଡର ଜଳଭଣ୍ଡାରଗୁଡ଼ିକର କ୍ଷମତାକୁ ଦୃଷ୍ଟିରେ ରଖି ଏହାକୁ ଅତି କମ୍‌ରେ ୧୨,୭୦୦ କ୍ୟୁମେକ୍‌ (ପ୍ରାୟ ସାଢ଼େ ୪ ଲକ୍ଷ କ୍ୟୁସେକ୍‌) ପର୍ଯ୍ୟନ୍ତ ବୃଦ୍ଧି କରିବା ଆବଶ୍ୟକ। ଏକ ରିପୋର୍ଟ ଅନୁସାରେ, ୧୯୯୯ରୁ ୨୦୦୮ ମଧ୍ୟରେ ସୁବର୍ଣ୍ଣରେଖା ବନ୍ୟାରେ ୨,୪୮୮.୬୨ କୋଟି ଟଙ୍କାର କ୍ଷତି ହୋଇଥିଲା। ପରବର୍ତ୍ତୀ ୧୭ ବର୍ଷରେ ଏହି କ୍ଷତିର ପରିମାଣ କେତେ ହୋଇଥିବ, ତାହା ଅନୁମାନ କରାଯାଇପାରିବ। ୨୦୦୮ର ଭୟଙ୍କର ବନ୍ୟାପରେ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ଦାବିକୁ ଗ୍ରହଣ କରି ରାଜ୍ୟ ସରକାର ତତ୍କାଳୀନ ମୁଖ୍ୟଯନ୍ତ୍ରୀ ଶ୍ରୀଧର ବେହେରାଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ବୈଷୟିକ କମିଟି ଗଠନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button