Subhashita lifestyle: ସୁଭାଷିତ: ‘ନାରୀ ସଙ୍ଗସୁଖ କ୍ଷଣଭଙ୍ଗୁର ହେ…’

ଭର୍ତ୍ତୃହରି ସଂସ୍କୃତ ସାହିତ୍ୟର ସୁବିଖ୍ୟାତ କବି। ତିନିଟି ଶତକ- ‘ଶୃଙ୍ଗାରଶତକ’, ‘ବୈରାଗ୍ୟଶତକ’ ଓ ‘ନୀତିଶତକ’ ତାଙ୍କୁ କାଳଜୟୀ କରିଛି। ଏବର୍ଷ (୨୦୨୬, ଜାନୁଆରୀ)ରେ ଜନ୍ମଶତାବ୍ଦୀ-ବର୍ଷରେ ପଦାର୍ପଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ସେହି ତିନିଟି ଯାକ ଶତକର ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି।

ଯୋଷା ସଙ୍ଗସୁଖ କ୍ଷଣଭଙ୍ଗୁର ହେ
ନ ଦିଅ ତହିଁରେ ମତି,
କରୁଣା ମିତ୍ରତା, ପ୍ରଜ୍ଞା ଆଦି ଗୁଣ
ସଙ୍ଗେ ଜନମାଅ ପ୍ରୀତି।
-ଭର୍ତ୍ତୃହରି, ଶୃଙ୍ଗାରଶତକ (୬୭)
ଅନୁବାଦ: ଜାନକୀ ବଲ୍ଲଭ ପଟ୍ଟନାୟକ

ଭର୍ତ୍ତୃହରି ସଂସ୍କୃତ ସାହିତ୍ୟର ସୁବିଖ୍ୟାତ କବି। ତିନିଟି ଶତକ- ‘ଶୃଙ୍ଗାରଶତକ’, ‘ବୈରାଗ୍ୟଶତକ’ ଓ ‘ନୀତିଶତକ’ ତାଙ୍କୁ କାଳଜୟୀ କରିଛି। ଏବର୍ଷ (୨୦୨୬, ଜାନୁଆରୀ)ରେ ଜନ୍ମଶତାବ୍ଦୀ-ବର୍ଷରେ ପଦାର୍ପଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ସେହି ତିନିଟି ଯାକ ଶତକର ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି। ଉପରୋକ୍ତ ସୁଭାଷିତ ସେଥିମଧ୍ୟରୁ ‘ଶୃଙ୍ଗାରଶତକ’ର ଏକ ଅଂଶ। ସଂସ୍କୃତ ସାହିତ୍ୟରେ ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦିଆଯାଇଛି। ସେଥିପାଇଁକୁହାଯାଇଛି– ‘ଶୃଙ୍ଗାରୀଚେତ୍ କବିଃ।’’ ସଂସ୍କୃତ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ କବି ଭର୍ତ୍ତୃହରି ମଧ୍ୟ ଏ କ୍ଷେତ୍ରରେ ରସାସ୍ବାଦନର କୃତିତ୍ବ ବେଶ୍‌ ପ୍ରଦର୍ଶନ କରିଛନ୍ତି। ତେବେ ତାଙ୍କ ରଚିତ ‘ଶୃଙ୍ଗାର ଶତକ’ କେବଳ କାମାସକ୍ତ ନାରୀ-ପୁରୁଷଙ୍କ କାମକେଳିର ବର୍ଣ୍ଣନା ନୁହେଁ। ତାହାର କ୍ଷଣିକତା ଓ ବୈରାଗ୍ୟ ପ୍ରତି ଅନୁରକ୍ତି ମଧ୍ୟ ତାଙ୍କ ଏହି ଶୃଙ୍ଗାର ଶତକରେ ପ୍ରକାଶ ପାଇଛି। ଉପରୋକ୍ତ ୬୭ ପଦ ତାହାର ଏକ ଦୃଷ୍ଟାନ୍ତ।

ଏହି ପଦରେ କବି ଭର୍ତ୍ତୃହରି କହିଛନ୍ତି– ଯୋଷା (ନାରୀ)ର ସଙ୍ଗସୁଖ ଚିରକାଳର ନୁହେଁ। ଏହା କ୍ଷଣଭଙ୍ଗୁର। ତେଣୁ ଏଥିରେ ମନ ନ ଦେଇ କରୁଣା, ମିତ୍ରତା ଓ ପ୍ରଜ୍ଞା ଆଦି ସଦ୍‌ଗୁଣ ସହିତ ଆମେ ଅଧିକ  ପ୍ରୀତି କରିବା ଆବଶ୍ୟକ। କାରଣ, ଏହି ଜନ୍ମ ପରେ ଆମେ ଯେତେବେଳେ ନର୍କକୁ ଯିବା, ସେହି ନର୍କର ଦ୍ବାରରେ ନିତମ୍ବିନୀ (ସୁନ୍ଦରୀ ନାରୀ)ର କଟି ଅଳଙ୍କାରର କିଙ୍କିଣୀ (ମନୋହର ଧ୍ବନି) ବା ତାର ସୁନ୍ଦର ସ୍ତନର ମନଲୋଭା ରୂପ ଆମକୁ ସେଥିରୁ ରକ୍ଷା କରିପାରିବ ନାହିଁ।

ସୌଜନ୍ୟ ସମ୍ବାଦ

Exit mobile version