ଦେଶ ବିଦେଶ

Sugar: ପର୍ଯ୍ୟାପ୍ତ ଚିନି ରଖିବାକୁ ଚିନିକଳକୁ ନିର୍ଦ୍ଦେଶ

ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଦେଶରେ ଅଧିକ ଚିନି ବ୍ୟବହାର ହୋଇଥାଏ। ପୂଜାରେ ଲୋକମାନଙ୍କ ଚିନି ଚିନ୍ତା ଦୂର କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରଖିବାକୁ ଚିନି କଳଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଦେଶରେ ଅଧିକ ଚିନି ବ୍ୟବହାର ହୋଇଥାଏ। ପୂଜାରେ ଲୋକମାନଙ୍କ ଚିନି ଚିନ୍ତା ଦୂର କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରଖିବାକୁ ଚିନି କଳଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ଚିନି ଦରରେ ଦୁଇ ଗୁଣା ପାଖାପାଖି ବୃଦ୍ଧି ହୋଇଛି। ଦର ଆହୁରି ବଢ଼ୁ ବୋଲି ସରକାର ଚାହୁନାହାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା କୌଣସି ଯଥାର୍ଥ କାରଣରେ ଯଦି ଚିନି ଦରରେ ବୃଦ୍ଧି ଘଟିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିନିକଳଗୁଡ଼ିକୁ ସରକାର ଚେତାବନୀ ଦେଇଛନ୍ତି। ଯୋଗାଣରେ ସମସ୍ୟା ଦେଖାଦେବାରୁ ଗତ ମାସରେ ଚିନି ଦରରେ ଅହେତୁକ ବୃଦ୍ଧି ହୋଇଥିଲା।

ଉତ୍ପାଦନର ତ୍ରୁଟିପୂର୍ଣ୍ଣ ଆକଳନ, ଆବଶ୍ୟକତାଠାରୁ ଅଧିକ ରପ୍ତାନି ଓ ଇଥାନଲ ପାଇଁ କଞ୍ଚାମାଲ ଭାବେ ମାତ୍ରାଧିକ ବ୍ୟବହାର ଭଳି କାରଣ ପାଇଁ ଚିନି ଦର ବଢ଼ିଥିବା କୁହାଯାଉଛି। ତେବେ ଦରବୃଦ୍ଧି ଉପରେ ଲଗାମ କଷିବା ପାଇଁ ସରକାର ବ୍ୟବସାୟୀମାନଙ୍କ ନିମନ୍ତେ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଛନ୍ତି। ଏଥି ସହିତ । ନିୟୁତ ଟନ୍ ଚିନିକୁ ବିନା ଶୁଳ୍କରେ ଆମଦାନି କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ସଚିବ ଅଶ୍ବିନୀ ଶ୍ରୀବାସ୍ତବ କହିଛନ୍ତି ଯେ ନିକଟରେ ଚିନି ଦରରେ ଯେଉଁ ବୃଦ୍ଧି ଘଟିଥିଲା ତାହା ଚାହିଦା ବଢ଼ିବା ଯୋଗୁଁ ହୋଇନଥିଲା। ପୂଜା ଋତୁରେ ଅଧିକ ଦାମ୍‌ରେ ବିକ୍ରି କରିବାକୁ କିଛି ଅସାଧୁ ଗୋଷ୍ଠୀ ବେଆଇନ ଭାବେ ମହଜୁଦ ରଖିବାକୁ ଚିନି ଦର ବଢ଼ିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button