Vande mataram: କର୍ଣ୍ଣାଟକରେ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ର କେବଳ ୨ଟି ପଦ ଗାଇବାକୁ ନିର୍ଦ୍ଦେଶ
କର୍ଣ୍ଣାଟକରେ କଂଗ୍ରେସ ସରକାର ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ‘ବନ୍ଦେ ମାତରମ’ର କେବଳ ପ୍ରଥମ ୨ଟି ପଦ ଗାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ‘ବନ୍ଦେ ମାତରମ’ର କେବଳ ପ୍ରଥମ ୨ଟି ପଦ ଗାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି।
ନିର୍ଦ୍ଦେଶ ଅନୁଯାୟୀ କର୍ଣ୍ଣାଟକରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଏଣିକି ‘ବନ୍ଦେ ମାତରମ୍’ର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯିବ। ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’କୁ ସରକାରୀ କାର୍ଯ୍ୟକ୍ରମରେ ଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶକୁ କଂଗ୍ରେସ ବିରୋଧ କରୁଛି। ଉଲ୍ଲେଖଯୋଗ୍ୟ ଗତ ମାସରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ୧୯୩୭ ମସିହାର ନିଜ ନିଷ୍ପତ୍ତିକୁ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ର କେବଳ ପ୍ରଥମ ଦୁଇଟି ପଦ ଗାଇବାକୁ କୁହାଯାଇଥିଲା।
ଫେବ୍ରୁଆରିରେ କେନ୍ଦ୍ର ସରକାର ସାର୍ବଜନୀନ ସଭା ଓ ସରକାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିଥିଲେ। ଏଥିସହ ଜାତୀୟ ଗୀତ ଓ ଜାତୀୟ ସଂଗୀତକୁ ବାଧା ଦେବା କିମ୍ବା ରୋକିବାକୁ ଅପରାଧ ଭାବେ ବିବେଚନା କରିବା ପାଇଁ ସଂସଦରେ ଏକ ବିଲ୍ ମଧ୍ୟ ପାରିତ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




