Supreme Court: ସୁପ୍ରିମ୍‌କୋର୍ଟରେ ଦାରା ସିଂହଙ୍କ ମୁକ୍ତି ଆବେଦନର ଶୁଣାଣି

ସୁପ୍ରିମ୍‌କୋର୍ଟର ବିଚାରପତି ମନମୋହନ ଓ ମନୋଜ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠରେ ଆଜି ବହୁଚର୍ଚ୍ଚିତ ଦାରା ସିଂହ ମାମଲାର ଶୁଣାଣି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଦାରା ସିଂହଙ୍କୁ ସମ୍ପୂର୍ଣ୍ଣ କାରାମୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟରେ ମାମଲା ଦାୟର ହୋଇଛି।

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବିଚାରପତି ମନମୋହନ ଓ ମନୋଜ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠରେ ବୁଧବାର ବହୁଚର୍ଚ୍ଚିତ ଦାରା ସିଂହ ମାମଲାର ଶୁଣାଣି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଦାରା ସିଂହଙ୍କୁ ସମ୍ପୂର୍ଣ୍ଣ କାରାମୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟରେ ମାମଲା ଦାୟର ହୋଇଛି।

ଦାରାଙ୍କ ଓକିଲ ଏକେ ସିଂହ ଖଣ୍ଡପୀଠରେ ଯୁକ୍ତି କରି ଦର୍ଶାଇଥିଲେ ଦାରା ସିଂହ ଦୀର୍ଘ ୨୬ ବର୍ଷ ୬ ମାସ କାରାଦଣ୍ଡ ଭୋଗି ସାରିଲେଣି। ଆଜୀବନ କାରାଦଣ୍ଡର ସମୟସୀମା ହେଉଛି ୧୪ ବର୍ଷ। ସେ ୨୫ ବର୍ଷରୁ ଅଧିକ ସମୟ ବନ୍ଦୀ ଭାବେ ରହିସାରିଲେଣି। ଜେଲ୍ ରିପୋର୍ଟ କହୁଛି, ଦାରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଜେଲ୍‌ରେ ବନ୍ଦୀ ଜୀବନ କାଟିବା ସହିତ ଯୋଗ ଓ ପୂଜାପାଠ ସହ ଧାର୍ମିକ ବ୍ୟକ୍ତି ଭାବେ ରହିଆସୁଛନ୍ତି।

ଦୀର୍ଘ ୨୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଜେଲ‌୍ରେ ଜଣେ ବନ୍ଦୀ ଭାବେ ରହିବା ସମୟରେ ସେ କୌଣସି ପ୍ରକାର ଆପରାଧିକ ହିଂସା କିମ୍ବା ବିଶୃଙ୍ଖଳା ସୃଷ୍ଟି କରିବାର ପ୍ରୟାସ କରିନାହାନ୍ତି। ତେଣୁ ଓଡ଼ିଶା ସରକାରଙ୍କ କ୍ଷମା ନୀତି ଓ ଦଣ୍ଡବିଧି ସଂହିତା ଅନୁଯାୟୀ ଦାରାଙ୍କୁ ମୁକ୍ତ କରିବାକୁ ଏକେ ସିଂହ କୋର୍ଟଙ୍କୁ ନିବେଦନ କରିଥିଲେ। ସବୁ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଆସନ୍ତା ମେ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Exit mobile version