Susant Sahu: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ମାମଲା, ଏତଲାରେ ନଥିଲା ମୃତ ସୁଶାନ୍ତ ସାହୁଙ୍କ ନାଁ

ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁମାମଲା। ଏତଲାରେ ନଥିଲା ମୃତ ସୁଶାନ୍ତ ସାହୁଙ୍କ ନାଁ। ଗତ ୨୦ ତାରିଖରେ ପୁଲିସ ଟିମ ଉପରେ ଆକ୍ରମଣ ନେଇ ନିଜେ ଆଇପିଏସ ନୀତେଶ ମିଶ୍ରା ଅଭିଯୋଗ କରିଛନ୍ତି। ଏଥିରେ ସ୍ପଷ୍ଟ ଲେଖା ଅଛି ୨୦ ତାରିଖ ରାତିରେ ସୁବଳୟା ଗାଁ ପାଖରେ ଥିବା ପଥର ଖାଦାନରେ ୪ ଜଣ ପୁଲିସ ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଦିଲ୍ଲୀପ ସାହୁ, ବସନ୍ତ ସାହୁ, ଈଶ୍ୱର ସାହୁ ଓ ପ୍ରତିମା ସାହୁଙ୍କ ନାଁ ଅତ୍ୟନ୍ତ ସ୍ପଷ୍ଟ ଭାବେ ଏଥିରେ ଲେଖା ଅଛି। ନିଜ ଆଖିରେ ସବୁକିଛି ଦେଖିଥିବା ଆଇପିଏସ ନୀତେଶ ମିଶ୍ରା ଏହି ପ୍ଲେନ ପେପର ଏଫଆଇଆରରେ ଲେଖିଛନ୍ତି।

ସୁଶାନ୍ତ ଘଟଣାସ୍ଥଳରେ ନଥିଲେ ବୋଲି ସ୍ପଷ୍ଟ

ଏତଲାର ଆରମ୍ଭରୁ ଶେଷ ଯାଏଁ କୌଣସି ସ୍ଥାନରେ ସୁଶାନ୍ତ ସାହୁଙ୍କ ନାଁ ନାହିଁ। ସୁଶାନ୍ତ ଘଟଣାସ୍ଥଳରେ ନଥିଲେ ବୋଲି ଏଥିରୁ ସ୍ପଷ୍ଟ। ତା ସତ୍ୱେ ପୁଲିସ କାହିଁକି ସୁଶାନ୍ତଙ୍କୁ ସପ୍ତାହେ କାଳ ଥାନାରେ ବେଆଇନ ଭାବେ ଅଟକ ରଖି ନିର୍ଯାତନା ଦିଆଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।

 

 

 

 

ସୌଜନ୍ୟ Prameya News7