DK Shivakumar: ଆଜି ଶିବକୁମାରଙ୍କ ସହ ନୂଆ ମନ୍ତ୍ରୀମଣ୍ତଳର ଶପଥଗ୍ରହଣ, ଯୋଗଦେବେ ସୋନିଆ-ରାହୁଲ-ଖଡଗେ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ ୦୩।୦୬; ଆଜି ଶପଥ ନେବେ ଶିବକୁମାର । ବୁଧବାର କର୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ । ଅପରାହ୍ନ ୪ଟା ୫ମିନିଟରେବେଙ୍ଗାଲୁରୁ ଲୋକଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଥାୱର ଚନ୍ଦ୍ର ଗେହଲଟ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଛି। ସୂଚନା ଅନୁସାରେ ଶିବକୁମାରଙ୍କ ସହ ୧୧ ଜଣ ମନ୍ତ୍ରୀ ଶପଥ ନେବେ। ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଅଧିକ ମନ୍ତ୍ରୀଙ୍କୁ ନିଆଯିବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପୁଅ ତଥା ବିଧାନ ପରିଷଦ ସଦସ୍ୟ ୟତିନ୍ଦ୍ର ଏବଂ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡ୍ଙ୍ଗେଙ୍କ ପୁଅ ପ୍ରିୟାଙ୍କ ଖଡ୍ଙ୍ଗେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଶିବକୁମାରଙ୍କ କ୍ୟାବିନେଟରେ ଚିହ୍ନା ମୁହଁ ଏବଂ ନୂଆ ଚେହେରାର ମିଶ୍ରଣ ଘଟିବ ବୋଲି କୁହାଯାଉଛି।

ଆଜି ଶିବକୁମାର ` ସିଦ୍ଦରମୈୟାଙ୍କ ସମେତ ଦଳର ଖଡ୍ଗେ, ପୂର୍ବତନ ଅଧ୍ଯକ୍ଷ ଅଧ୍ଯକ୍ଷ ରାହୁଲ ହୁଲ ଗାନ୍ଧୀ, ଗାନ୍ଧୀ, କଂଗ୍ରେ ଗ୍ରସ ସଙ୍ଗଠନ ସମ୍ପାଦକ କେ.ସି ବେଣୁ ଣୁ ଗୋପାଳ ରାଜ୍ୟ ପ୍ରଭାରୀ ରଣଦୀପ ସୁର୍ଜେଓ୍ବାଲା ଏକ ଉଚ୍ଚସ୍ତରୀୟ ବୈଠକରେ ନୂଆ କ୍ୟାବିନେଟର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

 

 

 

ସୌଜନ୍ୟ Prameya News7