Suvendu Adhikari: ଭୋଟର ତାଲିକାରୁ ୨୭ ଲକ୍ଷ ନାମ ହଟିବା ପାଇଁ ମମତା ଦାୟୀ: ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ଉପରେ ପ୍ରବଳ ବର୍ଷିଛନ୍ତି।

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ଉପରେ ପ୍ରବଳ ବର୍ଷିଛନ୍ତି। ରାଜ୍ୟରେ ଚିଠା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର)ପ୍ରକ୍ରିୟାସମୟରେ ପ୍ରାୟ ୨୭ ଲକ୍ଷ ବୈଧ ଭୋଟରଙ୍କ ନାମ ହଟିବା ପାଇଁ କେବଳ ମମତା ବାନାର୍ଜୀ ହିଁ ଦାୟୀ ବୋଲି ସେ ପ୍ରକାଶ କରିଛନ୍ତି। ଏହି ମାମଲାରେ ବିଜେପି କିମ୍ବା ନିର୍ବାଚନ କମିସନଙ୍କର କୌଣସି ଭୂମିକା ନାହିଁ। ମମତା ବାନାର୍ଜୀ ନିଜେ ସੁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନ୍ୟାୟିକ ଅଧିକାରୀମାନେ ଯାଞ୍ଚ କରି ଏହି ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅଧିକାରୀ କହିଛନ୍ତି ଯେ ବିରୋଧୀ ଦଳଗੁଡ଼ିକ ବିଧାନସଭା ନିର୍ବାଚନରେ ଜନସାଧାରଣଙ୍କ ସ୍ପଷ୍ଟ ଜନାଦେଶକୁ ଗ୍ରହଣ କରିପାରୁନାହାନ୍ତି। କେତେକ ଗଣମାଧ୍ୟମ ବିଜେପିର ଏହି ବଡ଼ ବିଜୟକୁ ହଜମ କରିନପାରି ଏସ୍ଆଇଆର୍କୁ ନେଇ ମିଥ୍ୟା ଓ ଭ୍ରମାତ୍ମକ ଖବର ପ୍ରସାର କରୁଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ କେରଳରେ କଂଗ୍ରେସ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ ପଶ୍ଚିମବଙ୍ଗରେ ପରାଜିତ ହेବା ପରେ ଏହାର ବିରୋଧ କରୁଛି। ନିର୍ବାଚନୀ ବ୍ୟବସ୍ଥାକୁ ବଦନାମ କରିବା ପାଇଁ ବର୍ତ୍ତମାନ ଟିଏମ୍ସି ଏବଂ ସିପିଏମ୍ ଦୀର୍ଘ ଦିନର ତିକ୍ତତା ଭୁଲି ଏକା ସ୍ୱରରେ କଥା କହୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।
ଅପରପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ ରବିବାର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଜ୍ଞାନେଶ କୁମାରଙ୍କୁ ‘ବିଜେପିର ଏଜେଣ୍ଟ’ ଭାବେ ଅଭିହିତ କରି ତୁରନ୍ତ ନିଜ ପଦବିରୁ ଇସ୍ତଫା ଦେବା ଉଚିତ ବୋଲି ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




