Mojtaba Khamenei: ଆମେରିକା ଆକ୍ରମଣରୁ ଦ୍ୱିତୀୟ ଥର ବଞ୍ଚିଲେ ମୋଜତବା ଖେମିନି
ଗତ ୨୮ ଫେବ୍ରୁଆରିରେ ଇରାନ ଉପରେ ହୋଇଥିବା ଆମେରିକା ଏବଂ ଇସ୍ରାଏଲ୍ ଭୀଷଣ ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ସମ୍ଭାଳିଥିବା ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ତେହେରାନ: ଗତ ୨୮ ଫେବ୍ରୁଆରିରେ ଇରାନ ଉପରେ ହୋଇଥିବା ଆମେରିକା ଏବଂ ଇସ୍ରାଏଲ୍ ଭୀଷଣ ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ସମ୍ଭାଳିଥିବା ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଇରାନର ଧର୍ମଗୁରୁ ମହସିନ ହୈଦରୀ କତର ଗଣମାଧ୍ୟମ ‘ଅଲ୍ ଅରବୀ’ ଚ୍ୟାନେଲ୍କୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ପ୍ରାରମ୍ଭିକ ଆକ୍ରମଣରେ ଗୁରୁତର ଆହତ ହେବା ପରେ ମୋଜତବାଙ୍କୁ ତେହେରାନର ଏକ ଡାକ୍ତରଖାନାରे ଭର୍ତ୍ତି କରାଯାଇଥିଲା। କିନ୍ତୁ ଶତ୍ରୁପକ୍ଷ ଏହାର ସୂଚନା ପାଇ ତେହେରାନର ୩ଟି ପ୍ରମୁଖ ହସ୍ପିଟାଲ ଉପରେ ବୋମା ବର୍ଷଣ କରିଥିଲେ। ମୋଜତବା ସେଥିରୁ ଗୋଟିଏ ହସ୍ପିଟାଲରେ ଥିଲେ ଏବଂ ତାଙ୍କୁ ଧ୍ୱଂସାବଶେଷ ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା।
ଏହି ଭୟାବହ ଆକ୍ରମଣ ପରଠାରୁ ସୁପ୍ରିମ୍ ଲିଡର୍ ମୋଜତବା ଏକ ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି ଏବଂ ତାଙ୍କର କୌଣସି ଅଡିଓ-ଭିଡିଓ ବାର୍ତ୍ତା ସରକାରୀ ସ୍ତରରେ ଜାରି କରାଯାଇନାହିଁ। ହୈଦରୀଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସଚିବାଳୟ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଗୁପ୍ତ ରିପୋର୍ଟ ଜଳି ପୋଡ଼ି ଛାରଖାର ହୋଇଯାଇଥିଲା। ଏହାପରେ ସଦସ୍ୟମାନଙ୍କୁ ଏକ ଗୁପ୍ତ କୋଠରିକୁ ଡକାଯାଇ ଚିଠା ପ୍ରକ୍ରିୟାରେ ଭୋଟିଂ କରାଯାଇଥିଲା, ଯେଉଁଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଚେତାବନୀ ସତ୍ତ୍ୱେ ମୋଜତବାଙ୍କୁ ୫୯ଟି ମଧ୍ୟରୁ ୫୦ଟି ଭୋଟ୍ ମିଳିଥିଲା ଏବଂ ଟେଲିଭିଜନରେ ଆନୁଷ୍ଠାନିକ ଘୋଷଣା ପରେ ହିଁ ସେ ନିଜେ ସୁପ୍ରିମ୍ ଲିଡର୍ ହେବା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ସୌଜନ୍ୟ ସମ୍ବାଦ




