ଦେଶ ବିଦେଶ

Tamil Nadu Election: ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ହରାଇଲେ ପୂର୍ବତନ ସହଯୋଗୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନକୁ କୋଲାଥୁର ଆସନରେ ହାରିବାକୁ ପଡ଼ିଛି। ସେ ସାଧାରଣ ଜନତାଙ୍କର ହୃଦୟ ଜିତିପାରି ନାହାନ୍ତି। ଏଠାକାର ଜନତା ଥାଲାପତି ବିଜୟଙ୍କୁ ଭରସା କରିଛନ୍ତି। ଏହି ଆସନ ଷ୍ଟାଲିନଙ୍କର ଶକ୍ତିଶାଳୀ ଗଡ଼ କୁହାଯାଉଥିଲ। ସେ ଏହି ଆସନରୁ କ୍ରମାଗତ ୩ ଥର ଯଥା ୨୦୨୧, ୨୦୧୬ ଏବଂ ୨୦୧୧ରେ ବିଜୟୀ ହୋଇଥିଲେ। ଏଥର ଥାଲାପତି ବିଜୟଙ୍କ ଦଳ ଟିଭିକେର ପ୍ରାର୍ଥୀ ଏବଂ ତାଙ୍କର ପୁରୁଣା ସହଯୋଗୀ ଭିଏସ୍‌ ବାବୁ ତାଙ୍କୁ ହରାଇ ଦେଇଛନ୍ତି।

ଭିଏସ୍‌ ବାବୁ ଡିଏମ୍‌କେ ସହିତ ଜଡ଼ିତ ଥିଲେ ଏବଂ ୨୦୧୧ରେ କୋଲାଥୁର ଆସନରେ ଷ୍ଟାଲିନଙ୍କ ନିର୍ବାଚନ ପ୍ରଭାରୀ ଥିଲେ। ‌ପରେ ସେ ଦଳ ଛାଡ଼ି ଏଆଇଡିଏମ୍‌କେରେ ପାଦ ଥାପିଥିଲେ ଏବଂ ପୁଣି ଗତ ଫେବ୍ରୁଆରି ୭ ତାରିଖରେ ଟିଭିକେରେ ସାମିଲ ହୋଇଥିଲେ। ଏଠାରୁ ସେ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ପରାସ୍ତ କରିଛନ୍ତି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ତାମିଲନାଡୁର କୋଲାଥୁର ଆସନରେ ମୋଟ୍‌ ୩୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ ୨୨ ରାଉଣ୍ଡରେ ଭୋଟ ଗଣତି କରାଯାଉଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନରେ ଅପରାହ୍‌ଣ ସାଢ଼େ ୪ଟା ସୁଦ୍ଧା ଟିଭିକେ ୧୧ଟି ଆସନରେ ବିଜୟୀ ହୋଇସାରିଥିଲା ବେଳେ ୯୬ଟିରେ ଆଗୁଆ ରହିଛି। ଶାସକ ଡିଏମ୍‌କେ ୪ଟି ଆସନରେ ବିଜୟୀ ହୋଇଥିଲା ବେଳେ ୧୧୮ଟି ଆସନରେ ଆଗୁଆ ଅଛି। ରାଜ୍ୟରେ ୧୧୮ଟି ଆସନ ଦଖଲ କରୁଥିବା ଦଳ ସରକାର ଗଢ଼ିବ।

 

 

ସୌଜନ୍ୟ ସମ୍ବାଦ

Show More
Back to top button