ଦେଶ ବିଦେଶ

Mamata Banerjee: ମମତା ଓ ଷ୍ଟାଲିନଙ୍କ ପାଇଁ କେଜ୍ରିୱାଲଙ୍କ ପ୍ରଚାର; ଉଭୟ କ୍ଷମତା ହରାଇଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ କେବଳ ଆଞ୍ଚଳିକ ଦଳଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ତାହା ନୁହେଁ, ବିରୋଧୀ ଏକତା ପ୍ରତି ମଧ୍ୟ ଶକ୍ତ ପ୍ରହାର ପରି ହୋଇଛି। ଏହି ନିର୍ବାଚନ ଫଳାଫଳ ଆସିବା ସହିତ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। କେଜ୍ରିୱାଲ ଉଭୟ ମମତା ବାନାର୍ଜୀ ଓ ଏମ୍‌କେ ଷ୍ଟାଲିନଙ୍କ ପକ୍ଷରେ ନିର୍ବାଚନୀ ପ୍ରଚାର କରିଥିଲେ। କିନ୍ତୁ କେଜ୍ରିୱାଲଙ୍କ ପ୍ରଚାରର କୌଣସି ସକାରତ୍ମକ ପ୍ରଭାବ ପଡ଼ିଥିବା ପରି ମନେହେଉନି।

୨୦ ଏପ୍ରିଲ୍, ୨୦୨୬ରେ କେଜ୍ରିୱାଲ୍ ଚେନ୍ନାଇର ପୁଲିଆନଥୋପରେ ଷ୍ଟାଲିନ୍‌ଙ୍କ ପାଇଁ ଏକ ରୋଡ୍ ସୋ କରିଥିଲେ। ଏଠାରେ ସେ ଷ୍ଟାଲିନଙ୍କୁ ତାଙ୍କର ଭାଇ ବୋଲି କହିଥିଲେ। ସେ ବିଜେପିକୁ ବିଭାଜନକାରୀ ବୋଲି କହିଥିଲେ ଓ ଦାବି କରିଥିଲେ ଯେ, ତାମିଲନାଡୁର ଲୋକମାନେ ବିଭାଜନକାରୀ ରାଜନୀତିକୁ ଘୃଣା କରନ୍ତି। କିନ୍ତୁ ଆଜିର ଭୋଟ ଗଣନା ଭିନ୍ନ କାହାଣୀ କହୁଛି। ଷ୍ଟାଲିନ୍‌ଙ୍କ ଡିଏମ୍‌କେ ତୃତୀୟ ସ୍ଥାନକୁ ଖସିଯାଇଛି। ଅଭିନେତା ବିଜୟଙ୍କ ନୂଆ ଦଳ ଟିଭିକେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। କେଜ୍ରିୱାଲଙ୍କ ଭାବପ୍ରବଣ ଭାଷଣ ତାମିଲନାଡୁରେ ବିଫଳ ପ୍ରମାଣିତ ହୋଇଛି।

କେଜ୍ରିୱାଲଙ୍କ ଭାଷଣ ତାମିଲନାଡୁରେ ବିଫଳ

ସେହିପରି ଏପ୍ରିଲ ୨୬-୨୭ରେ କେଜ୍ରିୱାଲ ମମତା ବାନାର୍ଜୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ବାଲିଗଞ୍ଜ ରାଲିରେ ସେ ସେନା ମୁତୟନ କରାଯିବ ଉପରେ ପ୍ରଶ୍ନ ଉଠାଇଥିଲେ। ‌କେଜ୍ରିୱାଲ କୋଲକାତା ଓ ହାୱଡ଼ାରେ ରାଲି କରି ମମତାଙ୍କ ପାଇଁ ଭୋଟ ମାଗିଥିଲେ। କେନ୍ଦ୍ର ସରକାରଙ୍କ ନୀତି ପଶ୍ଚିମବଙ୍ଗ ସଂସ୍କୃତି ଉପରେ ଆକ୍ରମଣ ବୋଲି କହିଥିଲେ। କେଜ୍ରିୱାଲଙ୍କ ରାଲି ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନାର କୌଣସି ପ୍ରଭାବ ପଡ଼ିନଥିଲା। ବରଂ ବିଜେପି ଏହାକୁ ପଶ୍ଚିମବଙ୍ଗ ପାଇଁ ଅପମାନଜନକ ଓ ବିପଥଗାମୀ ରାଜନୀତି ବୋଲି କହିଥିଲା। ଏହି ଦୁଇ ରାଜ୍ୟର ଫଳାଫଳ ଦର୍ଶାଉଛି ଯେ, କେଜ୍ରିୱାଲଙ୍କ ପ୍ରଭାବ ବର୍ତ୍ତମାନ ସୀମିତ ରହିଛି। ରାଷ୍ଟ୍ରୀୟ ସ୍ତରରେ ବିଜେପି ବିରୋଧୀ ଚେହେରା ହେବାରେ କେଜ୍ରିୱାଲଙ୍କ ପ୍ରଚେଷ୍ଟାକୁ ଏହି ନିର୍ବାଚନୀ ପରାଜୟରୁ ବଡ଼ ଝଟ୍‌କା ମିଳିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button