Teacher Rapes Minor Student ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ନିର୍ଦ୍ଧୁମ ଛେଚାଖାଇଲେ ଅଭିଯୁକ୍ତ, ଘଟଣାକୁ ଚାପି ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉଦ୍ୟମ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଗତ ସୋମବାର ଦିନ ସ୍କୁଲ୍ ପରିସରରେ ଅସଦାଚରଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଗତ ସୋମବାର ଦିନ ସ୍କୁଲ୍ ପରିସରରେ ଅସଦାଚରଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ପ୍ରଧାନ ଶିକ୍ଷୟିତ୍ରୀ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ

ତେବେ ଛାତ୍ରୀଙ୍କ ପରିବାର ଲୋକଲଜ୍ଜାରୁ ଚୁପ୍ ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏନେଇ ସ୍କୁଲ୍ ଭିତରେ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।

ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜୋର ଦେଇଛନ୍ତି ସରକାର। ହେଲେ ଶିକ୍ଷା ମନ୍ଦିର ଭଳି ପବିତ୍ରସ୍ଥାନରେ ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କର ଛିଟା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ।

ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଗତ ସୋମବାର ଦିନ ସ୍କୁଲ୍ ପରିସରରେ ଅସଦାଚରଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଛାତ୍ରୀଙ୍କ ପରିବାର ଲୋକଲଜ୍ଜାରୁ ଚୁପ୍ ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏନେଇ ସ୍କୁଲ୍ ଭିତରେ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାକୁ ନେଇ ଦେଓଗାଁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି। ଏପରିକି ସମ୍ପୃକ୍ତ ଶିକ୍ଷକ ଜଣଙ୍କୁ ଲୋକେ ନିର୍ଦ୍ଧୁମ ଛେଚିଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ସୌଜନ୍ୟ ସମ୍ବାଦ

Exit mobile version