ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍ ମାଧ୍ୟମରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। କେବଳ ବିଦ୍ୟାର୍ଥୀ ନୁହନ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି। ଗଣଶିକ୍ଷା ବିଭାଗ ସହ ମିଶି କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ(ସିଏସ୍ଏଫ୍) ଦ୍ବାରା ପ୍ରକାଶିତ ‘ଭାରତ ସର୍ଭେ ଫର ଏଡ୍ଟେକ୍’ ଦ୍ୱିତୀୟ ସଂସ୍କରଣର ରିପୋର୍ଟରେ ଏଭଳି ତଥ୍ୟ ସାମନାକୁ ଆସିଛି। ରିପୋର୍ଟ ଅନୁଯାୟୀ ରାଜ୍ୟର ୪୦% ବିଦ୍ୟାର୍ଥୀ ପାଠପଢ଼ା ପାଇଁ ବିଭିନ୍ନ ଡିଜିଟାଲ୍ ସାମଗ୍ରୀ ବ୍ୟବହାର କରୁଛନ୍ତି। ୯୪% ପରିବାର ପାଖରେ ଅତିକମ୍ରେ ଗୋଟିଏ ସ୍ମାର୍ଟଫୋନ୍ ଏବଂ ୬୮% ପରିବାରରେ ଏକାଧିକ ସ୍ମାର୍ଟଫୋନ୍ ରହିଛି। ପ୍ରାୟ ୭୧% ବିଦ୍ୟାର୍ଥୀ ସ୍ମାର୍ଟଫୋନ୍ ବ୍ୟବହାର କରିବାର ସୁଯୋଗ ପାଉଛନ୍ତି। ଯଦିଓ ଅଧିକାଂଶ ବିଦ୍ୟାର୍ଥୀ ପରିବାରର ଅନ୍ୟ ସଦସ୍ୟଙ୍କ ଫୋନ୍ ଉପରେ ନିର୍ଭର କରନ୍ତି, ତଥାପି ସେମାନଙ୍କ ମଧ୍ୟରୁ ୯୦% ସହଜରେ ଇଣ୍ଟରନେଟ୍ ବ୍ୟବହାର କରିପାରୁଛନ୍ତି।
୪୦% ବିଦ୍ୟାର୍ଥୀ ଡିଜିଟାଲ୍ ସାଧନ ବ୍ୟବହାର କରୁଛନ୍ତି
୯୪% ପରିବାର ପାଖରେ ଗୋଟିଏ ସ୍ମାର୍ଟଫୋନ୍
ରାଜ୍ୟର ୫୮% ବିଦ୍ୟାର୍ଥୀ ଏଡଟେକ୍ ଉପକରଣ ବିଷୟରେ ଅବଗତ ଅଛନ୍ତି ଏବଂ ୪୦% ସକ୍ରିୟ ଭାବେ ପାଠପଢ଼ା ପାଇଁ ବ୍ୟବହାର କରୁଛନ୍ତି। ବିଦ୍ୟାର୍ଥୀଙ୍କ ମଧ୍ୟରେ ୟୁଟ୍ୟୁବ୍(୯୯%) ସବୁଠାରୁ ଲୋକପ୍ରିୟ ପ୍ଲାଟ୍ଫର୍ମ ପାଲଟିଛି। ଏହାବାଦ୍ ୮୭% ହ୍ୱାଟ୍ସଆପ୍, ୬୩% ଗୁଗଲ୍, ୪% ଚାଟ୍ଜିପିଟି, ୩% ଗୁଗଲ୍ ଜେମିନି ଓ ୩% ମେଟା ଏଆଇର ବ୍ୟବହାର କରୁଛନ୍ତି। ପ୍ରାୟ ୯୯% ଶିକ୍ଷକ/ଶିକ୍ଷୟିତ୍ରୀ ଏଡଟେକ୍ ଉପକରଣ ବିଷୟରେ ଜାଣିଥିବା ବେଳେ ୯୮% ଏହାକୁ ଶିକ୍ଷାଦାନ ପାଇଁ ବ୍ୟବହାର କରୁଛନ୍ତି। ୯୬% ଶିକ୍ଷକ/ଶିକ୍ଷୟିତ୍ରୀ ହ୍ୱାଟ୍ସଆପ୍, ୮୦% ଗୁଗଲ୍, ୭୬% ୟୁଟ୍ୟୁବ୍, ୧୬% ‘ଦୀକ୍ଷା’ ଓ ୧୩% ‘ଇ-ପାଠଶାଳା’ ବ୍ୟବହାର କରୁଛନ୍ତି। ସେହିପରି ୪୮% ଛାତ୍ରଛାତ୍ରୀ ଏଆଇ ବିଷୟରେ ଶୁଣିଛନ୍ତି। ୨୦% ଏହାର ଶୈକ୍ଷିକ ଉପଯୋଗିତା ବିଷୟରେ ଜାଣନ୍ତି।
ପ୍ରାୟ ୧୩% ଶିକ୍ଷଣ ପାଇଁ ‘ଜେନ୍ଏଆଇ’ ବ୍ୟବହାର କରନ୍ତି, ଯେଉଁଥିରୁ ୭୪% ପ୍ରତିଦିନ ବ୍ୟବହାର କରୁଛନ୍ତି। ସେହିପରି ୬୭% ଶିକ୍ଷକ/ଶିକ୍ଷୟିତ୍ରୀ ଏଆଇ ବିଷୟରେ ଶୁଣିଛନ୍ତି ଏବଂ ୪୦% ଏହାକୁ ଶିକ୍ଷାଦାନରେ ବ୍ୟବହାର କରନ୍ତି। ୧୨% ଏଡ୍ଟେକ୍ ବ୍ୟବହାରକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଶିକ୍ଷାଦାନ ଏବଂ ବିଦ୍ୟାଳୟ-ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଜେନ୍ଏଆଇ ବ୍ୟବହାର କରନ୍ତି। ଜେନ୍ଏଆଇ ବ୍ୟବହାର କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୫୩% ସପ୍ତାହରେ ଅନେକ ଥର ବ୍ୟବହାର କରୁଛନ୍ତି। ସିଏସ୍ଏଫ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଶଭେତା ଶର୍ମା କୁକ୍ରେଜା କହିଛନ୍ତି ଏହି ରିପୋର୍ଟ ଭାରତରେ ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କିଭଳି ହେଉଛି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି।

ସୌଜନ୍ୟ ସମ୍ବାଦ