Telengana: ତେଲେଙ୍ଗାନାରେ ବାପାମା’ଙ୍କୁ ଅବହେଳା କରୁଥିବା କର୍ମଚାରୀଙ୍କ ଦରମା କାଟିବାକୁ ବିଲ୍‌ ପାରିତ

ସରକାରୀ କର୍ମଚାରୀ ହୁଅନ୍ତୁ କି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ବାପାମା’ଙ୍କ ଅବହେଳା କଲେ କିମ୍ବା ସେମାନଙ୍କ ବାପାଙ୍କୁ ସହାୟତା ନକଲେ ସେମାନଙ୍କ ଦରମା କଟାଯିବାକୁ ଏହି ବିଲ୍‌ରେ ପ୍ରସ୍ତାବ ରହିଛି।

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରବିବାର ବିଧାନସଭାରେ ଐତିହାସିକ ତେଲେଙ୍ଗାନା କର୍ମଚାରୀଙ୍କ ଦାୟିତ୍ୱ ଏବଂ ଅଭିଭାବକ ସହାୟତା ବିଲ୍, ୨୦୨୬ ପାରିତ କରିଛନ୍ତି। ସରକାରୀ କର୍ମଚାରୀ ହୁଅନ୍ତୁ କି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ବାପାମା’ଙ୍କ ଅବହେଳା କଲେ କିମ୍ବା ସେମାନଙ୍କ ବାପାଙ୍କୁ ସହାୟତା ନକଲେ ସେମାନଙ୍କ ଦରମା କଟାଯିବାକୁ ଏହି ବିଲ୍‌ରେ ପ୍ରସ୍ତାବ ରହିଛି।

ଏହି ଆଇନ ବିଧାୟକ ଓ ସାଂସଦଙ୍କ ସମେତ ସମସ୍ତ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ। ବିଲ୍‌ ଦରମାର ୧୫% କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କାଟିବାକୁ ଅନୁମତି ଦିଏ, ଯାହା କମ୍‌ ହେବ। ବିଲ୍‌ ଉପରେ ବିତର୍କବେଳେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି, ଅଭିଭାବକଙ୍କ ଅଧିକାର ସଦିଚ୍ଛାରେ ସୁରକ୍ଷିତ ରଖାଯିବା କଥା। କିନ୍ତୁ ବିଲ୍ ନିଶ୍ଚିତ କରେ ଯେ ଯେତେବେଳେ ପିତାମାତାଙ୍କୁ ଅବହେଳା କରାଯାଏ ସେତେବେଳେ ଆଇନ ସେମାନଙ୍କ ସପକ୍ଷରେ ରହିଥାଏ।

ସୌଜନ୍ୟ ସମ୍ବାଦ

Exit mobile version