ଜୀବନଚର୍ଯ୍ୟା
7 Changes: ମହାକାଶଯାତ୍ରୀଙ୍କ ଦେହରେ ହେଉଥିବା ୭ଟି ପରିବର୍ତ୍ତନ
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୪ରୁ ୧୦ ତାରିଖ ଯାଏଁ ବିଶ୍ବ ମହାକାଶ ସପ୍ତାହ ପାଳନ କରାଯାଉଛି। ଏ ଅବସରରେ ମହାକାଶ ଯାତ୍ରାବେଳେ ମହାକାଶଚାରୀଙ୍କ ଶରୀରରେ ହେଉଥିବା ୭ଟି ପରିବର୍ତ୍ତନ ଓ ସେଥିପାଇଁ ଭୋଗିବାକୁ ପଡୁଥିବା କଷ୍ଟ ବିଷୟରେ ଜାଣିବା।

ମହାକାଶରେ ଦିନରାତି ନାହିଁ। ପୁଣି, ମହାକାଶଯାନରେ ଥିବା ଯନ୍ତ୍ରପାତି ଖଡ୍ଖାଡ଼ ହୁଏ। କାର୍ଯ୍ୟ ଭାର ବି ବହୁତ ଥାଏ। ତେଣୁ, ମହାକାଶଚାରୀମାନେ ଭଲଭାବେ ଶୋଇପାରନ୍ତି ନାହିଁ।
ମହାଶୂନ୍ୟରୁ ଫେରି ସେମାନେ ହଠାତ୍ ପୃଥିବୀର ପରିବେଶରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି ନାହିଁ। ଦେହରେ ହୋଇଥିବା ପରିବର୍ତ୍ତନ ସୁଧାରିବା ପାଇଁ ସେମାନେ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତି। ଆଗଭଳି ଚଳିବା ପାଇଁ ସେମାନଙ୍କୁ ବ୍ୟାୟାମ କରିବାକୁ ପଡ଼େ।
ସୌଜନ୍ୟ ସମ୍ବାଦ