The land: ଜମିର ବତର କମିଲାଣି, ମିଳୁନି ମୁଗ, ବିରି ବିହନ

ବାଲିଅନ୍ତା: ପ୍ରାୟ ୨ସପ୍ତାହ ହେଲା ବିଲରୁ ଧାନ ଅମଳ ସରିଗଲାଣି। ଫଳରେ ମୁକୁଳା ବିଲ ଖରା ଖାଇଖାଇ ଶୁଖିବାରେ ଲାଗିଛି। ଆଉ ମାତ୍ର ଦିନ କେଇଟା ପରେ ଜମିର ବତର ପୂରା କମିଯାଇଥିବ ଏବଂ ମୁଗ, ବିରି ଭଳି ରବି ଫସଲ ପାଇଁ ଜମିର ପାଗ ନଥିବ। ତେଣୁ ଏତିକିବେଳେ ହିଁ ଚାଷୀ ହାତରେ ମୁଗ, ବିରି ବିହନ ପହଞ୍ଚିବା ଜରୁରି। ମାତ୍ର ବାଲିଅନ୍ତା ବ୍ଲକ୍‌ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଚାହିଦା ମୁତାବକ ମୁଗ ଓ ବିରି ବିହନ ଯୋଗାଣ ହୋଇପାରିନାହିଁ। ଜମିର ବତର ହ୍ରାସ ପାଉଥିବା ବେଳେ ଚାଷୀଙ୍କୁ ବିହନ ନ ମିଳିବାରୁ ଚଳିତବର୍ଷ ରବି ଫସଲ ପ୍ରଭାବିତ ହେବା ଆଶଙ୍କା ଉପୁଜିଲାଣି। ତେଣୁ ରବିଋତୁରେ ଧାନ ଚାଷ ନ କରି ମୁଗ, ବିରି ଫସଲ କରୁଥିବା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ସୌଜନ୍ୟ ସମ୍ବାଦ