ଦେଶ ବିଦେଶ

Unnao Rape Case: ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ବସ୍ତ କଲେ ସୁପ୍ରିମକୋର୍ଟ। ଖାରଜ କଲେ ଦୁଷ୍କର୍ମ ଅଭିଯୁକ୍ତର ଜାମିନ୍। ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ କୁଲଦୀପ୍ ସେନଗରଙ୍କୁ ମୁକ୍ତ କରାଯିବା ଉଚିତ ନୁହେଁ।

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ବସ୍ତ କଲେ ସୁପ୍ରିମକୋର୍ଟ। ଖାରଜ କଲେ ଦୁଷ୍କର୍ମ ଅଭିଯୁକ୍ତର ଜାମିନ୍। ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ କୁଲଦୀପ୍ ସେନଗରଙ୍କୁ ମୁକ୍ତ କରାଯିବା ଉଚିତ ନୁହେଁ। ଏହା ସହ ଅଭିଯୁକ୍ତ କୁଲଦୀପ ସେନଗରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେକେ ମାହେଶ୍ୱରୀ ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରିଥିଲେ ଖଣ୍ଡପୀଠ। ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂହ ସେନଗରଙ୍କ ଆଜୀବନ କାରାଦଣ୍ଡକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ

ଆମେ ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇବାକୁ ଇଚ୍ଛୁକ

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ସିବିଆଇ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ତୁଷାର ମେହେଟ୍ଟା କହିଥିଲେ, “ଆମେ ଝିଅଟି ପ୍ରତି ଉତ୍ତରଦାୟୀ। ସେନଗର କେବଳ ଦୁଷ୍କର୍ମ ପାଇଁ ଦୋଷୀ ନୁହଁନ୍ତି, ବରଂ ପୀଡିତାଙ୍କ ପିତାଙ୍କୁ ହତ୍ୟା ଏବଂ ଅନ୍ୟମାନଙ୍କ ଉପରେ ଆକ୍ରମଣ ପାଇଁ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଥିଲେ ଯେ, “ବର୍ତ୍ତମାନ ପାଇଁ, ଆମେ ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଦେବାକୁ ଇଚ୍ଛୁକ।” ସେ ସ୍ପଷ୍ଟ କରିଥିଲେ ଯେ, ସାଧାରଣତଃ ନିୟମ ହେଉଛି ଯେ, ଜଣେ ବ୍ୟକ୍ତି ଜେଲରୁ ବାହାରେ ଥିଲେ ତାଙ୍କର ସ୍ୱାଧୀନତା ହରଣ କରନ୍ତି ନାହିଁ କୋର୍ଟ। କିନ୍ତୁ ଏହି ମାମଲାରେ ସ୍ଥିତି ଭିନ୍ନ। କାରଣ ସେନଗର ଏବେ ଅନ୍ୟ ଏକ ମାମଲାରେ ଜେଲରେ ଅଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button